Masthead

ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ

ବାଂଶପାଳ (ବଡ଼ ଖବର ବ୍ୟୁରୋ): ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ । କେନ୍ଦୁଝରିଆ ଝିଅ ମଥାର ସୁନ୍ଦୁରଙ୍କ ମୃତ୍ୟୁ । ବନ ବିଭାଗର ଖାମଖିଆଲ ନୀତି ପାଇଁ ଗଲା ଜୀବନ । ସପ୍ତାହ ମଧ୍ୟରେ ହେଲାଣି ୨ ଜଣଙ୍କ ମୃତ୍ୟୁ । ଗତ ଦୁଇ ତାରିଖ ଶନିବାର ଏହି ବନଖଣ୍ଡ ବିଜେପି ରେଞ୍ଜ ଶୁଆକାଟି ସେକ୍ସନ ତରମାକାନ୍ତ ବିଟ ଟଣ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଦେବାଦୀ ବାରିକ୍ ନିଜ ଫସଲ ରକ୍ଷା କରିବାକୁ ଯାଇ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସ୍ୱାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏବେ ବି ସେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ତାଙ୍କର ମଧ୍ୟ ବଞ୍ଚିବା ଆଶା ଖୁବ୍ କମ୍ ରହିଛି । ସେ ଘଟଣା ନ ନିଭୁନୁ ଏବେ ପୁଣି ସେଇ ଅଂଚଳରେ ଦେଖିବାକୁ ମିଳିଛି ଆଉ ଗୋଟିଏ ହୃଦୟ ବିଦାରକ ଘଟଣାା ଗତକାଲି ଅଡାଳ ଗ୍ରାମରୁ ୨୭ ବର୍ଷୀୟ ଯୁବକ ପର୍ଶୁ ମୁଣ୍ଡା ତାଙ୍କ ସ୍ତ୍ରୀ, ୯ ମାସର ଝିଅ, ଶାଳୀ, ରାକ୍ଷୀ ପୂର୍ଣ୍ଣିମା ମନେଇବାକୁ ଜଳଡିହ ଗାଁ ମାଣିକସାହି ସମ୍ପର୍କୀୟ ଘରକୁ ଯାଇଥିଲେ ।

ପୁନେଇଁ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ହଠାତ୍ ଦନ୍ତାହାତୀ ସୁନାଖନୀ ଜଙ୍ଗଲରୁ ବାହାରି ଆସି ପର୍ଶୁ ମୁଣ୍ଡାକୁ ପାଦରେ ଦଳି ମକଚି ଦେଇଥିଲା । ଫଳରେ ପର୍ଶୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏବେ ସ୍ତ୍ରୀ ତିନୋଟି ଝିଅ ଗୋଟିଏ ପୁଅକୁ ନେଇ ଏତେ ଲମ୍ବା ବାଟ କିଭଳି ଅତିକ୍ରମ କରିବ ତାହା ଚିନ୍ତାର ବିଷୟ । ପର୍ଶୁଙ୍କ ମୃତ୍ୟୁକୁ ନେଇ ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଅଞ୍ଚଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର!