Masthead

ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା

ବିହାର (ବଡ଼ ଖବର ବ୍ୟୁରୋ): ଆବାସିକ ପ୍ରମାଣପତ୍ର ପାଇବା ପାଇଁ ବିଲେଇ କରିଛି ଆବେଦନ । କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିବା । କିନ୍ତୁ ଘଟଣା ସତ । ଯାହା ସସସ୍ତଙ୍କୁ ଚକିତ କରି ଦେଇଛି । ଆବେଦନକାରୀଙ୍କ ନାମ କ୍ୟାଟ୍ କୁମାର, ପିତା ଭାବରେ କ୍ୟାଟି ବସ୍ ଏବଂ ମାତା ଭାବରେ କାଟିୟା ଦେବୀ ନାମ ରହିଛି। ଖାଲି ସେତିକି ନୁହେଁ ସେହି ଆବେଦନ ଫର୍ମରେ ଏକ ବିଲେଇର ଫଟୋ ମଧ୍ୟ ରହିଛି। ବିହାରର ରୋହତାସ ଜିଲ୍ଲାରେ ଏକ ଅଜଣା ବ୍ୟକ୍ତି ‘କ୍ୟାଟ କୁମାର’ ନାମରେ ଏବଂ ‘କ୍ୟାଟି ବସ୍‌’ ଓ ‘କାଟିୟା ଦେବୀ’ଙ୍କୁ ପିତା-ମାତା ଭାବେ ଉଲ୍ଲେଖ କରି ଆବାସ ପ୍ରମାଣପତ୍ର ପାଇଁ ଆବେଦନ କରିଛି।

ଏହା ଜାଣିବା ପରେ ଜିଲ୍ଲାପାଳ ଉଦିତା ସିଂଙ୍କ ନିର୍ଦ୍ଦେଶରେ ନସରିଗଞ୍ଜ ରାଜସ୍ୱ ଅଧିକାରୀ କୌଶଲ ପଟେଲ ଅଜଣା ବ୍ୟକ୍ତିଙ୍କ ବିରୋଧରେ ନସରିଗଞ୍ଜ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଆବେଦନ ବିକ୍ରମଗଞ୍ଜ ସବ୍‌-ଡିଭିଜନର ନାସରିଗଞ୍ଜ ଅଞ୍ଚଳ କାର୍ଯ୍ୟାଳୟକୁ ପଠାଯାଇଥିଲା, ଯେଉଁଥିରେ ଆବେଦନକାରୀ ନିଜର ଠିକଣା ଅତୀମଗଞ୍ଜ, ଓ୍ୱାର୍ଡ ନମ୍ବର-୦୭, ଡାକଘର-ମହାଦେବା, ଥାନା-ନାସରିଗଞ୍ଜ, ପିନ କୋଡ ୮୨୧୩୧୦, ଜିଲ୍ଲା-ରୋହତାସ ବୋଲି ଲେଖିଥିଲେ।

ଘଟଣା ସାମ୍ନାକୁ ଆସିବା ପରେ ରୋହତାସ ଡିଏମ୍‌ ଉଦିତା ସିଂଙ୍କ ନିର୍ଦ୍ଦେଶରେ ନାସରିଗଞ୍ଜର ରାଜସ୍ୱ ଅଧିକାରୀ କୌଶଳ ପଟେଲ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ନାସରିଗଞ୍ଜ ଥାନାରେ ଏଫଆଇଆର ଦାୟର କରିଛନ୍ତି। ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ୨୯ ଜୁଲାଇ ୨୦୨୫ରେ ମୋବାଇଲ ନମ୍ବର ୬୨୦୫୮୩୧୭୦୦ରୁ ଆବାସିକ ପ୍ରମାଣପତ୍ର ପାଇଁ ଏହି ଆବେଦନ ଆସିଥିଲା।

ଯେଉଁଥିରେ ନାମ, ମାତା-ପିତାଙ୍କ ନାମ ଏବଂ ଇ-ମେଲ ଆଇଡି ମଧ୍ୟ ଉଲ୍ଲେଖ ଥିଲା। ଅଭିଯୋଗ ହେଉଛି ଯେ ଏହି ଆବେଦନ ମାଧ୍ୟମରେ କେବଳ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଚେଷ୍ଟା ହୋଇନଥିଲା, ବରଂ ସରକାରୀ ବ୍ୟବସ୍ଥାର ପ୍ରତିଷ୍ଠାକୁ ଖରାପ କରିବାର ଷଡଯନ୍ତ୍ର ମଧ୍ୟ ରଚା ଯାଇଥିଲା। ଏହି ମାମଲାରେ ପୁଲିସ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ