Masthead

ପଖାଳ ଖାଇଲେ ବଢ଼ୁଛି ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଖାଳ ଖାଇଲେ ବଢ଼ୁଛି ରୋଗ ପ୍ରତିରୋଧକ ଶକ୍ତି । ଏକଥା ଆମେ ନୁହେଁ । ଭୁବନେଶ୍ୱର ଏମସର ଏକ ଷ୍ଟଡି କହୁଛି । ପଖାଳର ତୋରାଣିରେ ଥିବା ଅଣୁଜୀବ ବିଭିନ୍ନ ଭୂତାଣୁ ସଂକ୍ରମଣରୁ ରକ୍ଷା ଦେଇଥାଏ । ଯାହାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ତେବେ ଆଗରୁ ଏହା ଉପର କୌଣସି ବୈଜ୍ଞାନିକ ଗବେଷଣା ହୋଇ ନଥିଲା । ଯେଉଁ କାରଣରୁ ପଖାଳର ଏହି ଗୁଣ ବିଷୟର କାହାରିକୁ ଜଣା ନଥିଲା । ଓଡ଼ିଶାରେ ପ୍ରତିଟି ଘରର ମୁଖ୍ୟ ଓ ପ୍ରିୟ ଖାଦ୍ୟ ପଖାଳ । ଚାଉଳରୁ ଭାତ ରାନ୍ଧି ଏଥିରେ ପାଣି ଦିଆଯାଏ । ଏହାପରେ ଏହାକୁ ରାତି ଯାକ ଘୋଡ଼େଇ ରଖାଯାଏ । ଜଳରେ ଥିବା ମାଇକ୍ରୋବସ ଭାତ ସହ ମିଶି ଏକ କମ୍ପେ୍ଲକ୍ସ ତିଆରି କରେ । ଯାହାଦ୍ୱାରା ଏକ ସର୍ଟ ଚେନ ଫ୍ୟାଟି ଏସିଡ୍ ତିଆରି ହୋଇଥାଏ । ଆଉ ଏହା ତୋରାଣିରେ ଉପଲବ୍ଧ ହୁଏ । ଯାହାକି ଶରୀରକୁ ବାହ୍ୟ ଭୂତାଣୁଙ୍କ ନିକଟରୁ ସୁରକ୍ଷା ଦେଇଥାଏ ।

ଭୁବନେଶ୍ୱର ଏମସର ବଲମୁରୁଗାନ ରାମଦାସ ଏହା ଉପରେ ୨୦୧୯ରୁ ରିସର୍ଚ୍ଚ କରୁଥିଲେ । ୨୦ ପ୍ରକାର ପଖାଳକୁ ନେଇ ସେ ତାଙ୍କର ରିସର୍ଚ୍ଚ କରିଥିଲେ । ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନର ଲୋକଙ୍କ ପାଖରୁ ପଖାଳ ଆଣି ପରୀକ୍ଷା ଆରମ୍ଭ କରିଥିଲେ । ସେହି ପଖାଳ ତୋରାଣୀରେ ମାଇକ୍ରୋବସ ଅଛି କି ନାହିଁ ତା ଉପରେ ହୋଇଥିଲା ରିସର୍ଚ୍ଚ । ଶେଷରେ ପରୀକ୍ଷାରୁ ଜଣାପଡିଥିଲା ତୋରାଣିରେ ଆଣ୍ଟି ଇନ୍ଫ୍ଲାମେଣ୍ଟାରୀ ଗୁଣ ରହିଛି । ତା ସହ ତୋରାଣିରେ ଥିବା ଲାକ୍ଟୋବ୍ୟାସିଲ୍ସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରୁଛି । ବିଶେଷ କରି ଫୁସଫୁସ ଓ ଅନ୍ତନଳୀକୁ ସଂକ୍ରମଣ କରୁଥିବା ଭୂତାଣୁ ନିକଟରୁ ଏହା ଶରୀରକୁ ରକ୍ଷା ଦେଇଥାଏ । ପଖାଳ ଶକ୍ତିର ଉତ୍ସ । ତା ସହ ଏଥିରେ ଆଣ୍ଟି ଭାଇରାଲ ଗୁଣ ରହିଛି ବୋଲି ଏମସର ଷ୍ଟଡିରେ କୁହାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ