Before Header

କାହିଁକି ପ୍ରତାପଙ୍କୁ ବାଦ୍ ଦେଲେ ମୋଦୀ ?

0 174

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବୈଷ୍ଣବ, ବିଶ୍ୱେଶ୍ୱର ଇନ୍ ପ୍ରତାପ ଆଉଟ୍ । ମୋଦିଙ୍କ ଦିତୀୟ ଇନିଂସର ପ୍ରଥମ ଅଦଳବଦଳରେ ମନ୍ତ୍ରିମଣ୍ଡଳରୁ ବାଦ ପଡିଛନ୍ତି ଓଡ଼ିଶାର ମୋଦି କୁହାଯାଉଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କ ଇନକୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକା ଚର୍ଚ୍ଚା ପ୍ରତାପଙ୍କ ଆଉଟକୁ ନେଇ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ , ଆରଏସଏସ ବିଚାରଧାରା, ନିଜର ସ୍ୱଚ୍ଛ ଓ ନିର୍ମଳ ଭାବମୁର୍ତ୍ତି ପାଇଁ ସେ ସବୁବୋଳେ ଚର୍ଚ୍ଚାରେ, ଲୋକେ ତାଙ୍କୁ ଶ୍ରଦ୍ଧାରେ ନନା କହି ଡାକନ୍ତି । ବାଲେଶ୍ୱର ନିଳଗିରି ବିଧାନସଭା ଆସନରୁ ଦୁଇଦୁଇ ଥର ବିଜୟୀ ହୋଇଥିଲେ ନନା । ଏହାପରେ ୨୦୧୪ରେ ସାସଂଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡିର ହେଭିୱେଟ ରବିନ୍ଦ୍ର ଜେନାଙ୍କୁ ହରାଇ ସାଂସଦ ହେଲେ ।

ନନା ସାଂସଦ ହେବା ପରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା । ତାଙ୍କୁ ମୋଦି ନିଜ ମନ୍ତ୍ରିମଣ୍ଡଳରେ ବି ସାମିଲ କଲେ । ସେହି ସମୟରେ ନନାଙ୍କ ନିରାଡମ୍ବର ଜୀବନ ଓ ଗାଁ ଘରକୁ ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହେଲା । ତାଙ୍କର ଶପଥ ଗ୍ରହଣ ଠାରୁ, ପାର୍ଲାମେଣ୍ଟରେ ଧନ୍ୟବାଦ ଦେବା ଯାଏ, ଗଣମାଧ୍ୟମରେ ହେଡଲାଇନ୍ସରେ ରହିଲେ ପ୍ରତାପ ଷଡଙ୍ଗୀ । ତେବେ ମୋଦିଙ୍କ ଦ୍ୱିତୀୟ ଇନିଂସର ଦ୍ୱିତୀୟ ପାଳିରେ କାହିଁକି ବାଦ ପଡିଲେ ନାନା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନନାଙ୍କ ପ୍ରଦର୍ଶନରେ ରହିଗଲା କି କମି ? କରୋନାର ଦ୍ୱିତୀୟ ଲହରରେ ସାରା ଦେଶ କଲବଲ ହେଉଥିବା ବେଳେ, ନନା ଥିଲେ ଦିଲ୍ଲୀରେ । ଏରିୟାରେ ନରହିବା କାରଣରୁ ସେହି ସମୟରେ ଅନେକ ବିବାଦ ଉପୁଜିଥିଲା । ବିରୋଧୀ ତାଙ୍କୁ କଟାକ୍ଷ କରି ବାଲେଶ୍ୱରରେ ପୋଷ୍ଟର ମଧ୍ୟ ମାରିଥିଲେ । ସେତବେଳେ ନାନା କହିଥିଲେ ସେ କେବଳ ବାଲେଶ୍ୱରର ମନ୍ତ୍ରୀ ନୁହଁନ୍ତି ସେ ସାରା ଦେଶର ମନ୍ତ୍ରୀ । ଏହା ବାଦ ତାଙ୍କୁ ମିଳିଥିବା ମତ୍ସ୍ୟ ଓ ପଶୁ ସମ୍ପଦ, ଏମଏସଏମଇ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିଲେ ସୁଦ୍ଧା କାର୍ଯ୍ୟକାଳ ସମୟ ଭିତରେ ପ୍ରଦର୍ଶନ ସେଭଳି କିଛି ଉତ୍ସାହ ଜନକ ନଥିଲା । ଖାଲି ସେତିକି ନୁହେଁ ବିଜେପି ଦଖଲରେ ଥିବା ବେଲେଶ୍ୱର ସଦର ବିଧାନସଭା ଉପନିର୍ବାଚନରେ ବିଜେଡି ହାତକୁ ଚାଲିଯାଇଥିଲା । ଏହି ଉପନିର୍ବାଚନରେ ପ୍ରତାପଙ୍କୁ ଗୁରୁଦାୟୀତ୍ୱ ଦେଇଥିଲା ଦଳ । ଆଉ ଏହି ଆସନରେ ଦଳ ହାରିବା ପରେ ପ୍ରତାପଙ୍କ ଉପରେ ନାଖୁସ ଥିଲେ କି ଦଳୀୟ ନେତା ?

ସେପଟେ ପ୍ରତାପଙ୍କ ମନ୍ତ୍ରୀପଦ ଯିବା ପରେ ଆଉ ଏକ ଚର୍ଚ୍ଚା ମଧ୍ୟ ହେଉଛି । ୨୦୨୪ ନିର୍ବାଚନକୁ ଆଉ ମାତ୍ର ଅଢେଇ ବର୍ଷ ଥିବା ବେଳେ ଆଗକୁ ଆସୁଛି ୟୁପି ନିର୍ବାଚନ । ଯାହାକୁ ନେଇ ବିଜେପି ରୋଡ ମ୍ୟାପ ପ୍ରସ୍ତୁତ କରିବା ଆରମ୍ଭ କରିଦେଲାଣି । ନିଜର ଲମ୍ବା ରାଜନୈତିକ ଅନୁଭବ ପାଇଁ ପ୍ରତାପଙ୍କୁ ଦଳ ସାଂଗଠନିକ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । କାରଣ ୟୁପି ନିର୍ବାଚନରେ ଆରଏସଏସର ଭୁମିକା ଗୁରୁତ୍ୱପୁର୍ଣ୍ଣ । ୨୦୨୪ ନିର୍ବାଚନ ପାଇଁ ଦଳ ରବିଶଙ୍କର, ହର୍ଷବର୍ଦ୍ଧନ, ପ୍ରକାଶ ଜାଭେଡକରଙ୍କ ଭଳି ଅନେକ ପୁରୁଖା ନେତାଙ୍କୁ ବିରାମ ଦେଇଛି । ଯୁବ ନେତୃତ୍ୱଙ୍କ ଉପରେ ମୋଦି ପରିଚାଳନା ଭାର ନ୍ୟସ୍ତ କରିଛନ୍ତି । ମୋଦିଙ୍କ ନୂଆ ଟିମରେ ଅଧିକାଂଶ ଯୁବ ଚେହେରା ମଧ୍ୟ ରହିଛି । ତେବେ ଆଗାମୀ ଦିନରେ ପ୍ରତାପଙ୍କ ଭାଗ୍ୟ କ’ଣ ହେବ ? ଦଳ ତାଙ୍କୁ କେଉଁ ପ୍ରକାର ଦାୟିତ୍ୱ ଦେବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.