Masthead

ଯୁବ ସାଂସଦଙ୍କୁ ଗୁରୁତ୍ୱ, ପଶ୍ଚିମବଙ୍ଗରୁ ସର୍ବକନିଷ୍ଠ ମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ଶାସନ ଭାର ସମ୍ଭାଳିବେ ଯୁବଗୋଷ୍ଠୀ । ବରିଷ୍ଠ ନେତାମାନେ ନେବେ ସଂଗଠନ ଦାୟିତ୍ୱ । ଆଗକୁ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଯାଇଛି ଏପରି ପଦକ୍ଷେପ । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପାଳିର ମନ୍ତ୍ରିମଣ୍ଡଳରେ ସବୁଠାରୁ ବଡ଼ ଅଦଳବଦଳ ହୋଇଛି । ଅନେକ ବରିଷ୍ଠ ନେତାମାନଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯାଇଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୩୬ଜଣ ମନ୍ତ୍ରୀ ୬୦ବର୍ଷ ତଳକୁ ରହିଛନ୍ତି । ସେହିପରି ୫୦ ବର୍ଷରୁ କମ ଥିବା ମନ୍ତ୍ରୀ ରହିଛନ୍ତି ୧୪ଜଣ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନ୍ତ୍ରୀମଣ୍ଡଳରେ ୧୬ଜଣ ଏପରି ମନ୍ତ୍ରୀ ରହିଛନ୍ତି ଯେଉଁମାନେ କି ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ସେମାନେ ହେଲେ ନାରାୟଣ ରାଣେ, ପଶୁପତି ପାରଶ, ଅନ୍ନପୂର୍ଣ୍ଣା ଦେବୀ, ଏ.ନାରାୟଣ ସ୍ୱାମୀ, ବି.ଏଲ ବର୍ମା, ଅଜୟ ଭଟ୍ଟ, ପ୍ରତୀମା ସୌମିକ, ସୁଭାଷ ସରକାର, ଭଗବତ କରାଡ଼, ରାଜକୁମାର ରଞ୍ଜନ ସିଂ, ଭାରତୀ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ଏନ. ମହେନ୍ଦ୍ର ଭାଇ, ଜନ୍ ବର୍ଲା ଓ ନିସିିତ ପ୍ରାମାଣିକ ଏମାନେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ନାରାୟଣ ସ୍ୱାମୀ ରାଜ୍ୟ ସଭା ସାଂସଦ । ଯେଉଁମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ମୋଦି ।

ତେବେ ପଶୁପତି ପାରସ ପ୍ରଥମ ଥର ସାଂସଦ ହାଇଥିଲେ ବି ପୂର୍ବରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଅନ୍ନପୂର୍ଣ୍ଣା ଦେବୀ ପୂର୍ବରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ୩୬ଜଣ ସାଂସଦ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ପଶ୍ଚିମବଙ୍ଗ କୁଚବିହାର ଲୋକସଭା ଆସନରୁ ସାଂସଦ ଭାବେ ଜିତି ଲୋକସଭାକୁ ଆସିଥିବା ନିସିଥ ପ୍ରାମାଣିକ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଯୁବ ମନ୍ତ୍ରୀ । ମାତ୍ର ୩୫ ବର୍ଷ ବୟସରେ ମନ୍ତ୍ରୀ ହୋଇ ସେ ଏହି ଗୌରବ ଅର୍ଜନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼