https://youtu.be/NinfB37BbAI
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ସଂକ୍ରାନ୍ତରେ ସମୀକ୍ଷା କରିବାକୁ ଓଡ଼ିଶା ଆସିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୪ ସାଧାରଣ ନିର୍ବାଚନର ପ୍ରସ୍ତୁତି ନିମନ୍ତେ, ଆଜି ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର ତଥା ଭାରତ ନିର୍ବାଚନ ଆୟୋଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟର ବରିଷ୍ଠ ଅଧିକାରୀ, ଆୟକର ବିଭାଗ, RBI, SLBC, ଏଆରପୋର୍ଟ ଅଥୋରିଟି, CT&GST, ସୀମା ସୁରକ୍ଷା ବାହିନୀ ଇତ୍ୟାଦିର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜି ସଂପୃକ୍ତ ରିପୋର୍ଟକୁ ଅନୁଧ୍ୟାନ କରି ରାଜ୍ୟର ପ୍ରମୁଖ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଗତକାଲି ତିନି ପ୍ରମୁଖ ରାଜନୈତିକ ଦଳର ନେତା ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ଏହି ସମୟରେ ନିରପେକ୍ଷ ନିର୍ବାଚନ କରିବାକୁ ଦାବି କରିଛନ୍ତି ବିରୋଧୀ ନେତା । ଅବାଧ, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ।