Masthead

୨୦୨୨-୨୦୨୩ରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୨%

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଅଭିବୃଦ୍ଧି ବିଶ୍ୱରେ ସର୍ବାଧିକ । ଆକଳନରୁ ଅଧିକ ରହିଲା ଦେଶର ଜିଡିପି ଅଭିବୃଦ୍ଧି । ୨୦୨୨-୨୩ରେ ଦେଶର ଅଭିବୃଦ୍ଧି ହାର ୭.୨ ପ୍ରତିଶତ । ଗତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୯.୧% ଥିଲା । ଅଭିବୃଦ୍ଧି ୭ ପ୍ରତିଶତ ରହିବା ନେଇ ଆକଳନ କରଥିଲା ବ୍ଲୁମବର୍ଗ । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଏ ନେଇ ତଥ୍ୟ ପ୍ରକାଶ କରିଛି । ଏହି ଅଭିବୃଦ୍ଧି ସହ ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି ।

ଚୀନ୍, ଆମେରିକା, ୟୁରୋପୀୟ ରାଷ୍ଟ୍ର ଗୁଡିକର ଅଭିବୃଦ୍ଧି ହାରଠୁ ଭାରତ ଆଗରେ ରହିଛି । ଭାରତର ଅର୍ଥନୀତିକୁ ନେଇ ପୂର୍ବରୁ ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାମାନେ ଯେଉଁ ପୂର୍ବାନୁମାନ କରିଥିଲେ ସେଥିରେ କୁହାଯାଇଥିଲା ୨୦୨୨-୨୩ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୭ ପ୍ରତିଶତ ତଳକୁ ଖସିବ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ବି ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ ବୋଲି କହିଥିଲା । କିନ୍ତୁ ୨୦୨୨-୨୩ ବର୍ଷରେ ୭.୨ ପ୍ରତିଶତ ଅଭିବୃଦ୍ଧି ହାର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ