Masthead

ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଇଡି ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ। ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନପାରିବାରୁ ଗିରଫ କଲା ସିବିଆଇ । ରାତି ତମାମ ଜେରା କରିଥିଲା ସିବିଆଇ । ଲାଞ୍ଚ ନେଇ ଇଡି ଡେପୁଟି ଡାଇରେକ୍ଟର ଗୁରୁବାର ସିବିଆଇ ହାତରେ ଧରାପଡିଥିଲେ । ଚିନ୍ତନ ରଘୁବଂଶୀ ଗତକାଲି ଜଣେ ଖଣି ବ୍ୟବସାୟୀଙ୍କ କେସ୍ ରଫାଦଫା କରିବା ପାଇଁ ୨୦ଲକ୍ଷ ଲାଞ୍ଚ ନେଉଥିଲେ । ଢେଙ୍କାନାଳ ଅଞ୍ଚଳର ଖଣି ବ୍ୟବସାୟୀ ଏନେଇ ସିବିଆଇକୁ ସୂଚନା ଦେଇଥିଲେ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରାଯାଇଥିଲା । ଗତ ଜାନୁଆରୀ ୮ ତାରିଖରେ ଖଣି ଦୁର୍ନୀତିକୁ କେନ୍ଦ୍ର କରି ରାଜ୍ୟରେ ଏକାଧିକ ସ୍ଥାନରେ ରେଡ଼ ହୋଇଥିଲା । ସେହି କେସ୍‌କୁ ଚାପିବା ପାଇଁ ୧ କୋଟି ଟଙ୍କାର ଡିଲ୍ ହୋଇଥିଲା । ୨୦ଲକ୍ଷ ଟଙ୍କା ନେଉଥିବା ବେଳେ ପ୍ରଥମେ ମିଡ଼ିଲମ୍ୟାନକୁ ଧରାଯାଇଥିଲା । ତାଠାରୁ ମିଳିଥିବା ସୂଚନା ଆଧାରରେ ଇଡି ଡେପୁଟି ଡାଇରେକ୍ଟରଙ୍କୁ କାବୁ କରାଯାଇଥିଲା । ତାଙ୍କୁ ଆଜି ଗିରଫ କରାଯାଇଥିବା ସିବିଆଇ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ