ନିରାଶ୍ରୟ ଝୁନୁ ପାଇଲା ଆଶ୍ରୟ

ଯୋଡ଼ା (ବଡ଼ ଖବର ବ୍ୟୁରୋ): ରାସ୍ତାରେ ଅସୁରକ୍ଷିତ ଅବସ୍ଥାରେ ଏଣେତେଣେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ୨୨ ବର୍ଷୀୟା ଯୁବତୀ ଝୁନୁକୁ ମିଳିଲା ନିରାପଦ ଆଶ୍ରୟ । ଯୋଡ଼ା, ଟାଟା ଷ୍ଟିଲ ଫାଉଣ୍ଡେସନ ଅଧିକାରୀଙ୍କ ପ୍ରୟାସ ପରେ ଝୁନୁକୁ ଭୁବନେଶ୍ୱର ଜାଅଁଳା ସ୍ଥିତ ମିଶନ ଆଶ୍ରା କେନ୍ଦ୍ରରେ ମିଳିଛି ସାହାରା । ଶୁକ୍ରବାର ସନ୍ଧ୍ୟାରେ ମାନସିକ ବିକାର ଗ୍ରସ୍ତ ଯୁବତୀ ଝୁନୁ ପଶ୍ଚିମ ଯୋଡ଼ା ଟାଟା ଷ୍ଟିଲ କଲୋନୀରେ ଅସୁରକ୍ଷିତ ଅବସ୍ଥାରେ ଘୁରି ବୁଲୁଥିବା ବେଳେ, କିଛି ବ୍ୟକ୍ତି ଉଦ୍ଧାର କରି ଟାଟା ଷ୍ଟିଲ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲୋଡିଥିଲେ । ଏଭଳି ପରିସ୍ଥିତିରେ ଟାଟା କମ୍ପାନୀ ମଧ୍ୟ ସାହାଯ୍ୟର ହାତ ବଢ଼ାଇଥିଲେ । ଝୁନୁକୁ ଟାଟା ଷ୍ଟିଲ ଦ୍ୱାରା ପରିଚାଳିତ ଯୋଡ଼ା ୱେଷ୍ଟରେ ଥିବା ବାଳିକା ରେସିଡେଣ୍ଟିଆଲ ବ୍ରିଜକୋର୍ସ ସେଣ୍ଟରରେ ରଖାଯାଇଥିଲା । ଆରବିସିର ଅଧିକାରୀମାନେ ଦୁଇ ଦିନଧରି ଝୁନୁର ଯତ୍ନ ନେବାପରେ ଭୁବନେଶ୍ୱରର ଜାଅଁଳା ସ୍ଥିତ ମିଶନ ଆଶ୍ରାରେ ଥଇଥାନ କରିଛନ୍ତି । ଝୁନୁର ଟାଟା ଷ୍ଟିଲ ହସ୍ପିଟାଲ ପରିସରରେ ଥିବା କୋଭିଡ ହସ୍ପିଟାଲରେ ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିବା ପରେ ସକାଳେ ଝୁନୁଙ୍କୁ ମିଶନ ଆଶ୍ରାକୁ ପଠା ଯାଇଥିଲା । ଏବେ ମିଶନ ଆଶ୍ରା ହେଉଛି ଝୁନୁର ନୂଆ ଆଶ୍ରୟ । ସେଠାରେ ତାର ଯତ୍ନ ନିଆଯିବା ସହ ଉପଯୁକ୍ତ ଚିକିତ୍ସା ମିଳିପାରିବ ବୋଲି ଆଶା ସଞ୍ଚାର ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’