Masthead

ଛାତ୍ର-ଛାତ୍ରୀଙ୍କୁ ଦଶହରା ଭେଟି

କଟକ, (ବଡ଼ ଖବର ବ୍ୟୁରୋ) : ଆଇଟିଆଇ କଟକରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଫିଜିକାଲ୍ ଏବଂ ଭର୍ଚୁଆଲ୍ ଇନୋଭେସନ୍ ସେଣ୍ଟର । ସରକାରୀ ତାଲିମ ଶିଳ୍ପ ଅନୁଷ୍ଠାନ, କଟକରେ ଷ୍ଟିମ ଟିଙ୍କରିଂ ଫିଜିକାଲ୍ ଏବଂ ଭର୍ଚୁଆଲ୍ ଇନୋଭେସନ୍ ସେଣ୍ଟର / ଇଲେକ୍ଟ୍ରୋନିକ୍ସ / ଅର୍ଡିନୋ / ରୋବୋଟିକ୍ସ / ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ / ମେସିନ ଲର୍ଣ୍ଣିଙ୍ଗ ପ୍ରତିଷ୍ଠା ପାଇଁ ଗୁରୁବାର ଦିନ EdgeFX Technologies Pvt Ltd, Hyderabad ଏବଂ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ, ଓଡିଶାର ସହଯୋଗରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହାର ପ୍ରାଥମିକତା ହେଉଛି ଶିଳ୍ପର ଆବଶ୍ୟକତା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶିଳ୍ପପାଇଁ ପ୍ରସ୍ତୁତ କରିବା । ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ସହ ଜଡିତ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରଦାନ କରିବା । ଏହି କାଯ୍ୟକ୍ରମରେ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦେଶକ ଜି. ରଘୁ, ଅତିରିକ୍ତ ନିର୍ଦ୍ଦେଶକ ଏ.କେ ପଣ୍ଡା, EdgeFX Technologies Pvt Ltd, Hyderabad ସିଇଓ କାମିନୀ ଗୁପ୍ତା, ସିଓଓ ତରୁଣ ଅଗ୍ରୱାଲ ଏବଂ ସରକାରୀ ତାଲିମ ଶିଳ୍ପ ଅନୁଷ୍ଠାନ କଟକର ଅଧ୍ୟକ୍ଷ ଡା.ହୃଷିକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

EdgeFX ମିଶନ୍ ହେଉଛି “ଛାତ୍ରଛାତ୍ରୀ ମାନଙ୍କୁ ଅଭିନବ କରିବାକୁ ସଶକ୍ତ କରିବା” । ଇକୋସିଷ୍ଟମ୍ ଏବଂ ସମାଧାନଗୁଡିକ ସକ୍ଷମ କରିବା, ଯାହା ଅତ୍ୟନ୍ତ ସୁଲଭ, ଆକର୍ଷଣୀୟ, ବ୍ୟବହାର ସହଜ ଏବଂ ଉପଭୋକ୍ତା-ଅନୁକୂଳ ଅଟେ ।  EdgeFX Technologies Pvt Ltd, Hyderabad ୨୫ ବର୍ଷର ଅଭିଜ୍ଞତା ଏକ ଯାହାକି ସରକାରଙ୍କ ଠାରୁ ଜାତୀୟ ଷ୍ଟାର୍ଟଅପ୍ ପୁରସ୍କାର ବିଜେତା ଏବଂ DIPP ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏହା ଏକ ଭାରତର ଦ୍ରୁତତମ ସ୍କିଲ୍ ଡେଭଲପମେଣ୍ଟ୍ କମ୍ପାନୀ ଭାବରେ ଉଭା ହେଉଛି । ଏହି ଅତ୍ୟାଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଏକ ନୂତନ ଉଦାହରଣ ସୃଷ୍ଟି କରିବେ ବୋଲି, ସରକାରୀ ତାଲିମ ଶିଳ୍ପ ଅନୁଷ୍ଠାନ କଟକର ଅଧ୍ୟକ୍ଷ ଡା.ହୃଷିକେଶ ମହାନ୍ତିଙ୍କ ଦୃଢ ବିଶ୍ୱାସ ରହଛି । ଏହା ପୂର୍ବରୁ ମାରୁତି ସୁଜିକି, ସ୍ନାଇଡର ଇଲେକ୍ଟ୍ରିକ, Scientech, CPPL, TOYOTA, ହୋଣ୍ଡା ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କ ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରି ସର୍ବଭାରତୀୟ ସ୍ତରରେ ନିଯୁକ୍ତ ପ୍ରଦାନ କରିବାରେ ଏକ ଉଦାହରଣ ସୃଷ୍ଟି କରିପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ