Before Header

‘ରାମାୟଣ’ରେ ହ୍ରିତିକ୍ ଓ ରଣବୀର !

0 10

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଏବେ ଏକାଠି ହେବେ ଦୁଇ ସୁପରଷ୍ଟାର । ଗୋଟିଏ ପରଦାରେ ହେବ ରାମ ରାବଣ ଯୁଦ୍ଧ । ଜଣେ ବଲିଉଡର ଆକ୍ସନ୍ ଷ୍ଟାର ହେଲେ ଆଉ ଜଣେ ରୋମାନ୍ସର ହିରୋ । ଦୁହେଁ ଏଥିପାଇଁ ପ୍ରିପେୟାରେଶନ୍ ମଧ୍ୟ ଆରମ୍ଭ କରି ସାରିଲେଣି । ବଲିଉଡରେ ନିର୍ମାଣ ହେବାକୁ ଯାଉଛି ବିଗ୍ ବଜେଟ୍ ମୁଭି ‘ରାମାୟଣ’ । ଯେଉଁଥିରେ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିିତିକ୍ ରୋଶନ ଏବଂ ରଣବୀର କପୁରଙ୍କୁ କାଷ୍ଟ କରାଯାଇଛି । ନିକଟରେ ଏହି ଦୁଇ ଷ୍ଟାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା ଗୋଟିଏ ସ୍ଥାନରେ । ଶୁଣିବାକୁ ମିଳୁଛି ଦୁହେଁ କାଳେ ବିଗ୍ ବଜେଟ୍ ଫିଲ୍ମ ରାମାୟଣକୁ ନେଇ ନିର୍ମାତା ମାନଙ୍କ ସହ ଏକାଠି କଥା ହୋଇଛନ୍ତି । ଏବଂ ସେତେବେଳେ ହିଁ ଦୁହିଁଙ୍କୁ ସ୍ପଟ୍ କରାଯାଇଥିଲା ।

ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ ଦୁହିଁଙ୍କୁ ଏହି ମୁଭିରେ ରାମ ଓ ରାବଣ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ତେବେ ପୂର୍ବରୁ ଏହି ମୁଭି ପାଇଁ ସାଉଥ ଷ୍ଟାର ପ୍ରଭାସ ଓ ମହେଶ ବାବୁ ଭଳି ସୁପରଷ୍ଟାରଙ୍କ ନାଁ ଶୁଣିବାକୁ ମଳୁଥିବା ବେଳେ ବର୍ତ୍ତମାନ ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ହ୍ରିତିକ୍ ଏବଂ ରଣବୀର । ମୁଭି କୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ବି ହୋଇ ନାହିଁ । ଆଗକୁ ଏହି ମୁଭିରେ କିଏ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସେପଟେ ହ୍ରିତିକ୍ ଙ୍କ କଥା କହିବାକୁ ଗଲେ ଫିଲ୍ମ ‘ୱାର’ ପରେ ସେ ଆଉ କୌଣସି ମୁଭିରେ ନଜର ଆସି ନାହାଁନ୍ତି । ଆଗକୁ ତାଙ୍କର ‘ଫାଇଟର’ ମୁଭି ରିଲିଜ୍ ଅପେକ୍ଷାରେ ରହିଥିବା ବେଳେ ତାଙ୍କୁ ପରଦାରେ ଦେଖିବାକୁ ବେଶ୍ ଉତ୍ସାହିତ ହୋଇ ଗଲେଣି ଦର୍ଶକ । ଫିଲ୍ମ ୱାରର ବିଗ୍ ସକ୍ସସେସ୍ ପରେ ପୁଣି ଏକ ଦମଦାର କ୍ୟାରେକ୍ଟରରେ ହ୍ରିତିକଙ୍କୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ତାଙ୍କର ଅନେକ ଫ୍ୟାନ୍ସ । ଏହା ବ୍ୟତୀତ ରଣବୀର ମଧ୍ୟ ତାଙ୍କ ଅପକମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’, ‘ଶମଶେରା’ ଓ ‘ଆନିମଲ୍’ପାଇଁ ବିଜି ରହିଛନ୍ତି । ଏକା ସହ ଅନେକ ଗୁଡିଏ ବିଗ୍ ବଜେଟ୍ ଫିଲ୍ମରେ ସେ ନଜର ଆସିବାକୁ ଯାଉଛନ୍ତି । ସେଥିମଧ୍ୟରୁ ଗୋଟିଏ ରେ ତାଙ୍କୁ ପୁଣି ଗର୍ଲ ଫ୍ରେଣ୍ଡ୍ ଆଲିଆଙ୍କ ସହ ଦେଖିବାକୁ ମିଳିବ । ଦୁହିଁଙ୍କ ଯୋଡି ରିୟଲ ଲାଇଫରେ ଦର୍ଶକ ପସନ୍ଦ କରୁଥିବା ବେଳେ ପରଦା ଉପରେ ବି ଦୁହିଁଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ । ତେବେ ଆଗକୁ ବିଗ୍ ବଜେଟ୍ ଫିଲ୍ମ ରାମାୟଣରେ ହ୍ରିତିକ୍ ଏବଂ ରଣବୀର ଏକାଠି ନଜର ଆସୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.