Masthead

ମିଳିଲାନି ଘର, ଗୁହାରି କରି କରି ଚାଲିଗଲା ଜୀବନ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ପକ୍କା ଘର ଖଣ୍ଡେ ମିଳିବା ସାତସପନ । ଗୁହାରି କରି କରି ଚାଲିଗଲା ସ୍ତ୍ରୀର ଜୀବନ । ହେଲେ ବେସାହାରା ପରିବାର ପାଇଁ ମିଳିଲାନି ପକ୍କା ଘରଟିଏ । ଜଗତସିଂହପୁରରୁ ଆସିଛି ଏଭଳି ଖବର । ଜଣେ ୬୨ ବର୍ଷର ବୃଦ୍ଧ ଦୁଇଝିଅଙ୍କୁ ନେଇ ଭଙ୍ଗା ଚାଳଘରେ ମୁଣ୍ଡଗୁଞ୍ଜିଛନ୍ତି । ଏ ହେଉଛନ୍ତି ଅଭୟ ବରାଳ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିରୁଣା ପଞ୍ଚାୟତର ତେଣ୍ଟୋଇ ଗ୍ରାମର ଅଭୟ ବରାଳ । ଦିନକୁ ଦି’ମୁଠା ଖାଇବା ଅଭୟଙ୍କ ପରିବାର ପାଇଁ ସାତସପନ । ମାସେ ତଳେ ଗ୍ରମବାସୀଙ୍କ ସହଯୋଗରେ ସ୍ତ୍ରୀ ଅହଲ୍ୟାଙ୍କ ଶୁଦ୍ଧିକ୍ରିୟା କରିଥିବା ଅଭୟ ବହୁବାର ବିଭିନ୍ନ ଅଧିକାରୀ ଓ ପଞ୍ଚାୟତର ଜନପ୍ରତିନିଧିମାନଙ୍କୁ ଗୁହାରି କରିଥିଲେ ଘର ଖଣ୍ଡେ ପାଇଁ ।

କିଛି ସୁଫଳ ମିଳିଲା ନାହିଁ । ପରିସ୍ଥିତି ଏଭଳି ହେଲାଣି ଯେ ଦୁଇଝିଅଙ୍କୁ ପାଠ ପଢ଼ାଇବା ଅଭୟଙ୍କ କପକ୍ଷେ ସମ୍ଭବ । ସାନଭଉଣୀ ବଡଭଉଣୀକୁ ପାଠ ପଢ଼ାଇବା ପାଇଁ ନିଜ ପାଠରେ ବାନ୍ଧି ଦେଇଛି ଡୋରୀ । ଅଭୟଙ୍କ ପରିବାରକୁ ସବୁ ଦୁଃଖ ଏକା ସାଙ୍ଗରେ ମାଡ଼ିବସିଛି । ଅହଲ୍ୟା ବଞ୍ଚିଥିବା ବେଳେ ଛେଳି ଜଗି ପାରିବାରିକୁ ଦୁଇମୁଠା ଖାଇବା ଯୋଗାଉ ଥିଲେ । ସ୍ତ୍ରୀ ଚାଲିଗଲା ପରେ ଅଭୟ ଙ୍କ ସାମର୍ଥ୍ୟ ପାଉନାହିଁ ମୂଲ ଲାଗିବା ପାଇଁ । ସରକାର ମାସକୁ କେବଳ ୧୫ କେଜି ଚାଉଳ ଯୋଗାଇଦେଇ ହାତଯୋଡି ବସିଯାଇଛନ୍ତି । ଏହି ବେସାହାରା ପରିବାରକୁ ପକ୍କା ଘରେ ଖଣ୍ଡେ ଯୋଗାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’