Masthead

ମିଳିଲାନି ଘର, ଗୁହାରି କରି କରି ଚାଲିଗଲା ଜୀବନ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ପକ୍କା ଘର ଖଣ୍ଡେ ମିଳିବା ସାତସପନ । ଗୁହାରି କରି କରି ଚାଲିଗଲା ସ୍ତ୍ରୀର ଜୀବନ । ହେଲେ ବେସାହାରା ପରିବାର ପାଇଁ ମିଳିଲାନି ପକ୍କା ଘରଟିଏ । ଜଗତସିଂହପୁରରୁ ଆସିଛି ଏଭଳି ଖବର । ଜଣେ ୬୨ ବର୍ଷର ବୃଦ୍ଧ ଦୁଇଝିଅଙ୍କୁ ନେଇ ଭଙ୍ଗା ଚାଳଘରେ ମୁଣ୍ଡଗୁଞ୍ଜିଛନ୍ତି । ଏ ହେଉଛନ୍ତି ଅଭୟ ବରାଳ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିରୁଣା ପଞ୍ଚାୟତର ତେଣ୍ଟୋଇ ଗ୍ରାମର ଅଭୟ ବରାଳ । ଦିନକୁ ଦି’ମୁଠା ଖାଇବା ଅଭୟଙ୍କ ପରିବାର ପାଇଁ ସାତସପନ । ମାସେ ତଳେ ଗ୍ରମବାସୀଙ୍କ ସହଯୋଗରେ ସ୍ତ୍ରୀ ଅହଲ୍ୟାଙ୍କ ଶୁଦ୍ଧିକ୍ରିୟା କରିଥିବା ଅଭୟ ବହୁବାର ବିଭିନ୍ନ ଅଧିକାରୀ ଓ ପଞ୍ଚାୟତର ଜନପ୍ରତିନିଧିମାନଙ୍କୁ ଗୁହାରି କରିଥିଲେ ଘର ଖଣ୍ଡେ ପାଇଁ ।

କିଛି ସୁଫଳ ମିଳିଲା ନାହିଁ । ପରିସ୍ଥିତି ଏଭଳି ହେଲାଣି ଯେ ଦୁଇଝିଅଙ୍କୁ ପାଠ ପଢ଼ାଇବା ଅଭୟଙ୍କ କପକ୍ଷେ ସମ୍ଭବ । ସାନଭଉଣୀ ବଡଭଉଣୀକୁ ପାଠ ପଢ଼ାଇବା ପାଇଁ ନିଜ ପାଠରେ ବାନ୍ଧି ଦେଇଛି ଡୋରୀ । ଅଭୟଙ୍କ ପରିବାରକୁ ସବୁ ଦୁଃଖ ଏକା ସାଙ୍ଗରେ ମାଡ଼ିବସିଛି । ଅହଲ୍ୟା ବଞ୍ଚିଥିବା ବେଳେ ଛେଳି ଜଗି ପାରିବାରିକୁ ଦୁଇମୁଠା ଖାଇବା ଯୋଗାଉ ଥିଲେ । ସ୍ତ୍ରୀ ଚାଲିଗଲା ପରେ ଅଭୟ ଙ୍କ ସାମର୍ଥ୍ୟ ପାଉନାହିଁ ମୂଲ ଲାଗିବା ପାଇଁ । ସରକାର ମାସକୁ କେବଳ ୧୫ କେଜି ଚାଉଳ ଯୋଗାଇଦେଇ ହାତଯୋଡି ବସିଯାଇଛନ୍ତି । ଏହି ବେସାହାରା ପରିବାରକୁ ପକ୍କା ଘରେ ଖଣ୍ଡେ ଯୋଗାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା