Masthead

ଦୁଇ କଲେଜ ଛାତ୍ରଙ୍କ ନିଆରା ପ୍ରୟାସ

ଢେଙ୍କାନାଳ (ବଡ ଖବର ବ୍ୟୁରୋ): ବୁଦ୍ଧି ଆଗରେ ହାର ମାନିଛି ବୟସ । ଛୋଟ ବୟସରେ ଏମିତି କିଛି କରି ଦେଖାଇଛନ୍ତି ଯାହା ନିହାତି ସ୍ୱାଗତଯୋଗ୍ୟ । ନିଜର ବୁଦ୍ଧି ବଳରେ ଜମିରେ ସୁନାର ଫସଲ ଖେଳାଇ ଦେଖେଇଛନ୍ତି ଯୁକ୍ତ ୨ର ଛାତ୍ର । ସ୍ୱଳ୍ପ ଖର୍ଚ୍ଚରେ ବିଲରେ ପାଣି ମଡେଇବା ପାଇଁ ଜଳ ସେଚନର ବ୍ୟବସ୍ଥା କରି ଦେଖାଇଛନ୍ତି ଜଗନ୍ନାଥ ଓ ବବୁଲୁ । ଲୁହାରଡ, ବାଉଁଶ, ବେରିଂ, ଅଦରକାରି ପ୍ଲାଷ୍ଟିକ ବୋତଲ ଏବଂ ସୁତୁଲିରେ ତିଆରି ହୋଇଛି ଏହି ଜଳଚକ୍ର । ଗାଁ ପାଖ ଦେଇ ଜାଇଥିବା ନାଳର ସ୍ରୋତରେ ଖଞ୍ଜାହୋଇଛି ଏହି ଜଳଚକ୍ର । ଫଳରେ ଏକର ଏକର ଚାଷ ଜମିରେ ଫଳୁଛି ସୁନାର ଫସଲ ।

କାମାକ୍ଷାନଗର ବାଇସିଙ୍ଗା ଗାଁର ଯୁକ୍ତ ୨ରେ ପଢୁଥିବା ଛାତ୍ର  ଜଗନ୍ନାଥ ଦାସ ଏବଂ ବବୁଲୁ ସାହୁ ଏହି ନିଆରା ପ୍ରୟାସ କରି ଦେଖାଇଛନ୍ତି । ମାତ୍ର ୩ଦିନ ମଧ୍ୟରେ ଦୁହେଁ ଏହି ଜଳସେଚନ ପ୍ରକଳ୍ପକୁ ପ୍ରସ୍ତୁତ କରିଥିଲେ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏହି ଜଳଚକ୍ର ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୭୦୦ ଟଙ୍କା । ଏହି ବାଇସିଙ୍ଗା ଗାଁ ହେଉଛି ଏକ କୃଷି ପ୍ରାଧାନ୍ୟ ଗାଁ । ହେଲେ ଅନେକ ସମୟରେ ଏଠାରେ ପାଣି ସମସ୍ୟା ଦେଖାଦେଇ ଥାଏ । ମୋଟର ସହାୟତାରେ ପାଣି ମଡାଇବାରେ ଚାଷିଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ।

ଅନେକ ଚାଷୀ ମଧ୍ୟ ପାଣି ମଡାଇବାକୁ ସକ୍ଷମ ହୋଇପାରୁ ନଥିଲେ । ଏହି ସମୟରେ କମ ଖର୍ଚ୍ଚରେ ଏହି ଉନ୍ନତ ମାନର ଜଳଚକ୍ରକୁ ନେଇ ବେଶ ଖୁସି ଅଛନ୍ତି ଚାଷୀ । ଏହି ଦୁଇ ଛାତ୍ରଙ୍କ ନିଆରା ପ୍ରୟାସ ପାଇଁ ଏକର ଏକର ଚାଷ ଜମିରେ ସୁନାର ଫସଲ ଖେଳୁଛି । ଦୁହିଙ୍କର ଏହି ପ୍ରୟାସକୁ ଗ୍ରାମବସୀ ମାନେ ପ୍ରଂଶସା କରିଛନ୍ତି ଏବଂ ଏଥିପାଇଁ ସରକାରଙ୍କ ସହାୟତା ମଧ୍ୟ ଲୋଡିଛନ୍ତି । ଯାହାଫଳରେ ଅଧିକ ସଂଖ୍ୟକ ଜଳଚକ୍ର ପ୍ରସ୍ତୁତ କରି ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଇପାରିବ । ଦେଖିବାକୁ ଗଲେ କୃଷି ଏବଂ କୃଷକଙ୍କ ପାଇଁ ବେଶ ସହାୟ ହୋଇ ପାରିଛି ଏହି ଜଳଚକ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ