Masthead

ଧଳା ଜହରର ହବ୍ ବାଲେଶ୍ୱର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାର । ଚେକିଂ, ବ୍ଲକିଂ, ଚଢଉ ପରେ ମଧ୍ୟ ପୋଲିସକୁ ଚକମା ଦେଇ ଚାଲିଛି ବ୍ରାଉନସୁଗାର ବ୍ୟବସାୟ । କହିବାକୁ ଗଲେ ବ୍ରାଉନସୁଗାରର ହବ ପାଲଟିଛି ବାଲେଶ୍ୱର । ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର ହୋଇ ଓଡ଼ିଶାରେ ପହଞ୍ଚୁଛି ଏହି ଧଳା ଜହର । ରାତାରାତି କୋଟିପତି ହେବା ନିଶାରେ ଯୁବପିଢି ମାତିଛନ୍ତି ଏହି କଳା ବେପାରରେ । ଏହି କାରବାରରେ ଚେକ୍ ଦେବାକୁ ଯାଇ ପୋଲିସ ପୂର୍ବରୁ ଅନେକ ସଫଳତା ପାଇଛି ସତ, ମାତ୍ର ସମ୍ପୂର୍ଣ୍ଣ ରୋକିବାରେ ସଫଳ ହୋଇପାରି ନାହିଁ । ଆଜି ପୁଣି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଜ୍ୟୋତିସାଗର ହୋଟେଲ ନିକଟରେ ଧଳା ଜହର କାରବାର ହେଉଥିବା ଖବର ପାଇ ଚଢଉ କରିଥିଲା ଏସଟିଏଫ । ସ୍ଥାନୀୟ ପୋଲିସର ସହାୟତାରେ ଏସଟିଏଫର ତିନିଜଣିଆ ଟିମ ୩ ଅପରାଧୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ଏକ କେଜି ୧୦୫ଗ୍ରାମର ବ୍ରାଉନସୁଗାର, ନଗଦ ୮୫ହଜାର ୬୮୦ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟିରୁ ଉଦ୍ଧ୍ୱର୍ ହେବା ବୋଲି ଅନୁମାନ କରାଯାଉଛି । ଗିରଫ ୩ ଜଣ ହେଉଛନ୍ତି ଏସକେ ଜମିର, ପ୍ରଭାତ କୁମାର ସେଠୀ ଓ ଯଶୋବନ୍ତ ବାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା