Masthead

ସରିନି ଦଶାହ , ନେତାଙ୍କ ଉପନିର୍ବାଚନ ଚିନ୍ତା

ଭୁବନେଶ୍ୱର(ବଡ଼ ଖବେ ବ୍ୟୁରୋ): ଇଲେକ୍ସନ ଚିନ୍ତା ଏମିତି, ଦଶାହ ମଂଚ ବି ବାଦ୍ ପଡିଲାନି । ନବ ଦାସଙ୍କ ସ୍ମୃତି ସଭାରୁ ବାଇଇଲେକ୍ସନ ବାର୍ତା । ଚର୍ଚ୍ଚାରେ ରାଉରକେଲା ବିଧାୟକ ଶାରଦା ନାୟକଙ୍କ ମନ୍ତବ୍ୟ । ମନ୍ତ୍ରୀ ନବ ଦାସଙ୍କ ଦଶାହ ଅବସରରେ ଝାରସୁଗୁଡା କାଲି ମନ୍ଦିର ରୋଡ଼ ସ୍ଥିତ ରାଉତରାୟ ବଗିଚାରେ ଆୟୋଜିତ ହୋଇଥିଲା ସ୍ମୃତିସଭା । ଅନେକ ବ୍ୟକ୍ତି ଯୋଗଦେଇ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା କୌଣସି ରାଜନୈତିକ ମଂଚ ନ ଥିଲା । କେବଳ ଓ କେବଳ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଅବସର ଥିଲା ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡାରେ ଉପନିର୍ବାଚନ ହେବ । ବିଜୟ ତ ସୁନିଶ୍ଚିତ କିନ୍ତୁ ସେ ବିଜୟର ମାତ୍ରା କେମିତି ଅଧିକ ହେବ ସେ ଦାୟିତ୍ୱ ଆମ ସମସ୍ତଙ୍କର । ଜଣେ ଦିବଂଗତ ମନ୍ତ୍ରୀଙ୍କ ସ୍ମୃତି ସଭାରେ ୟେ ହେଉଛି ବିଧାୟକ ଶାରଦା ନାୟକଙ୍କ ମନ୍ତବ୍ୟ । ତାଙ୍କ ମନ୍ତବ୍ୟ କେଉଁ ସମୟରେ ଓ କେଉଁ ମଂଚରୁ କୁହାଗଲା ତାକୁ ନେଇ ବେଶି ଚର୍ଚ୍ଚା । ଯାହାକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିର୍ବାଚନ ନିଶା ନେତାଙ୍କ ମୁଣ୍ଡରେ । ଦରକାର ବିଜୟର ଗ୍ୟାରେଂଟି । ଖାଲି ବିଜୟ ନୁହେଁ ବିପୁଳ ବିଜୟ । ମଂଚ ଯାହା ବି ହୋଇଥାଉ । ମଂଚ ମିଳିଲା, ମାଇକ ମିଳିଲା ଓ ଯଦି ଶ୍ରୋତା ଅଛନ୍ତି ତେବେ ଖାଲି ଇଲେକ୍ସନର କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା