Masthead

କିଏ ଗଢିବ ସରକାର, କିଏ ହେବେ ବିରୋଧୀ?, ଆଜି ଆସିବ ନିର୍ବାଚନ ଫଳାଫଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆସିବ ରେଜଲ୍ଟ । ଓଡ଼ିଶାରେ ଭୋଟ ଦେଇଛନ୍ତି ପ୍ରାୟ ୨.୫ କୋଟି ମତଦାତା । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ଭୋଟ ଗଣତି । ଆଶା ଆଶଙ୍କାରେ ନେତା,ପଡିବ ଆଜି ପ୍ରତୀକ୍ଷାର ପୂର୍ଣ୍ଣଛେଦ । ନିଷ୍ପତ୍ତି ସରିଛି, ଆଜି ଫଳାଫଳାର ଦିନ ।ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ । ୭୦ଟି କେନ୍ଦ୍ରରେ ହେବ ଭୋଟ ଗଣତି । ୧ଟି କେନ୍ଦ୍ରରେ ପୋଷ୍ଟାଲ ବାଲାଟ ଗଣତି ହେବ । ୬୯ଟି କେନ୍ଦ୍ରରେ ଇଭିଏମ ଗଣତି ହେବ । ପୋଷ୍ଟାଲ ବାଲାଟର ଅଧଘଣ୍ଟା ପରେ ଇଭିଏମ୍ ଗଣତି ହେବ । ଏଥିପାଇଁ ୧୨୪ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ଇସିଆଇ । ୨୦୧୯ରେ ୭୩.୦୯%, ୨୦୨୪ରେ ୭୪.୪୪% ମତଦାନ ହୋଇଥିଲା । ପୁରୁଷଙ୍କ ତୁଳନାରେ ମହିଳା ଭୋଟ ଅଧିକ ।୭୩.୩୭% ପୁରୁଷ ଓ ୭୫.୫୫% ମହିଳା ଭୋଟର ।

ସେହିପରି ୧ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ ଗଣାଯିବ । ୩ହଜାର ୫୮୯ ଇଭିଏମ କାଉଣ୍ଟିଂ ଟେବୁଲ ପ୍ରସ୍ତୁତ କରାଯାଇଛି । ପ୍ରତି ଟେବୁଲରେ ୫୦୦ ବାଲାଟ ଗଣତ ହେବ । ତେବେ ଗଣତି କେନ୍ଦ୍ରକୁ ମୋବାଇଲ ମନା । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ କାଉଣ୍ଟିଂ ସୁପରଭାଇଜର, ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ। ସେମାନଙ୍କୁ ସମସ୍ତଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇଛି। ୬୦ଟି ହଲ୍‌ରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ଅଲଗା ଅଲଗା ଟେବୁଲରେ ଗଣନା ହେବ। ମାତ୍ର ୮୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଧାନସଭା ଓ ଲୋକ ସଭା ପାଇଁ ଅଲଗା ଅଲଗା କାଉଣ୍ଟିଂ ସେଣ୍ଟର କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା