Masthead

ଆଜି ନିର୍ବାଚନ କମିଶନଙ୍କୁ ମିଳିବ ନିର୍ବାଚନୀ ବଣ୍ଡ ତଥ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଲେକ୍ଟୋରାଲ ବଣ୍ଡ । ଆଜି ନିର୍ବାଚନ କମିଶନଙ୍କୁ ମିଳିବ ନିର୍ବାଚନୀ ବଣ୍ଡ ତଥ୍ୟ । ସବୁ ରାଜନୈତିକ ଦଳ ନିର୍ବାଚନୀ ବଣ୍ଡରୁ କେତେ ଅର୍ଥ ପାଇଛନ୍ତି ସମ୍ପୂର୍ଣ୍ଣ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବେ । ଏହା ଏକ ବଡ଼ ବିବାଦ ପାଲଟିଥିବା ବେଳେ ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି ମଧ୍ୟ ସୁପି୍ରମକୋର୍ଟରେ ଚାଲିଛି । ତେବେ ଏହି ମାମଲାରେ ଏକ ବଡ଼ ରାଜନୈତିକ ଦିଗ ରହିଛି ଓଡ଼ିଶାରେ ଦୀର୍ଘକାଳ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ସହ । ୨୦୧୭-୨୨ ମଧ୍ୟରେ ବିଜୁ ଜନତା ଦଳକୁ ୬୨୨ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଜରିଆରେ ମିଳିଛି । ଆଂଚଳିକ ଦଳ ଭିତରେ ଏହି ବଣ୍ଡରୁ ସବୁଠୁ ଅଧିକ ଲାଭବାନ୍ ହୋଇଛି ବିଜେଡି ।

ଏକ ଦରିଦ୍ର ରାଜ୍ୟର କ୍ଷମତାସୀନ ସରକାରଙ୍କୟ କେଉଁ କମ୍ପାନୀଗୁଡିକ ଏତେ ଅନୁକମ୍ପା ପ୍ରଦାନ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏହି କଥା ଉଠାଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନୀ ବଣ୍ଡରୁ ସବୁଠୁ ଅଧିକ ଲାଭ ପାଇଛି ବିଜେପି । ଏହି ସମ୍ପର୍କରେ ସୁପି୍ରମକୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । କିନ୍ତୁ ନିର୍ବାଚନ କମିଶନଙ୍କ ରିପୋର୍ଟ ପାଇବା ପରେ ରାୟ ପ୍ରକାଶିତ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ନକରି ପର ପର୍ଯ୍ୟାୟରେ ନିର୍ବାଚନୀ ବଣ୍ଡ ବିକ୍ରି ବିଜ୍ଞପ୍ତି ଜାରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨