Masthead

ଗୁରୁଜୀ କୁମାରନ୍ ସ୍ୱାମୀଙ୍କ ଠାରୁ ଆଶୀର୍ବାଦ ନେଲେ ହିନ୍ଦୁଜା ବ୍ରଦର୍ସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡକ୍ଟର ଗୁରୁଜୀ କୁମାରନ୍ ସ୍ୱାମୀଙ୍କ ଠାରୁ ଆଶୀର୍ବାଦ ନେଲେ ମୋନାକରେ ରହୁଥିବା ଏବଂ ସେଠାରେ ବ୍ୟବସାୟ ପରିଚାଳନା କରୁଥିବା ବିଶିଷ୍ଟ ଶିଳ୍ପପତି ପ୍ରକାଶ ହିନ୍ଦୁଜା ଏବଂ ଭାରତରେ ହିନ୍ଦୁଜା ଗ୍ରୁପ ପରିଚାଳନା କରୁଥିବା ପ୍ରକାଶଙ୍କ ସାନଭାଇ ଅଶୋକ ହିନ୍ଦୁଜା । ପବିତ୍ର ଦୀପାବଳୀରେ ପ୍ରକାଶ ଏବଂ ଅଶୋକ ଡକ୍ଟର ଗୁରୁଜୀ କୁମାରନ୍ ସ୍ୱାମୀଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ଅଭିନେତା, ନିର୍ମାତା ତଥା ନିର୍ଦ୍ଦେଶକ ଧୀରଜ କୁମାର ଏବଂ କର୍ଣ୍ଣଲ ପିସି ସୁଦ, ବରିଷ୍ଠ କାର୍ଯ୍ୟନିର୍ବାହୀ ଉପସଭାପତି, ହିନ୍ଦୁଜା ଗ୍ରୁପ ମଧ୍ୟ ଉପସ୍ଥିତ ଥିଲେ ।

ମାନବିକତା ସମ୍ବନ୍ଧୀୟ ଆଧ୍ୟାତ୍ମିକ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଏଥିସହ ବିଶ୍ୱଶାନ୍ତି ଉପରେ ଆଲୋଚନା କରିଥିଲେ । ଖାଲି ସେତିକି ନୁହେଁ ଦୀର୍ଘ ସମୟ ଧରି ଅର୍ଥପୂର୍ଣ୍ଣ ଆଲୋଚନା ମଧ୍ୟ ହୋଇଥିଲା । ଏହି ଅସବରରେ ଗୁରୁଜୀ ପବିତ୍ର ଅଙ୍ଗବସ୍ତ୍ର ଏବଂ ପ୍ରସାଦ ଉଭୟ ଭାଇଙ୍କୁ ପ୍ରଦାନ କରିଥିଲେ । ଦୁଇ ଭାଇ ମଧ୍ୟ ଗୁରୁଜୀଙ୍କୁ ୧୦ ପ୍ୟାନେଲ ଆକାରରେ ଡୋଜନ ପ୍ରଦାନ କରିଥିଲେ । ଯାହା ଶ୍ରୀଚାନ୍ଦ ପି ହିନ୍ଦୁଜାଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା