Masthead

ଡ୍ରେନରେ ଫସିଲା ହାତୀ ଛୁଆ, ଜଗି ରହିଲେ ହାତୀ ପଲ

ଓଡ଼ାପଡ଼ା (ବଡ଼ ଖବର ବ୍ୟୁରୋ) : ଡ୍ରେନରେ ଫସିଥିଲା ହାତୀ ଛୁଆ । ଛୁଆକୁ ଜଗିରହିଥିଲେ ହାତୀପଲ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୁଣଦେଇ ଛକ ନିକଟରେ ଏହି ଘଟଣା ଘଟିଛି । ୫୫ନମ୍ବର ଜାତୀୟ ରାଜପଥରୁ ଗୁଣଦେଈ ଗ୍ରାମକୁ ଯାଇଥିବା ରାସ୍ତା ପାର୍ଶ୍ଵରେ ଥିବା ଡ୍ରେନରେ ହାତୀ ଛୁଆଟି ପଡ଼ିଯାଇଥିଲା । ଏହି ଅଞ୍ଚଳରେ ହାତୀ ପଲ ଯାତାୟାତ କରୁଥିବା ବେଳେ ଏକ ଦେଢ଼ ବର୍ଷର ହାତୀ ଛୁଆ ଡ୍ରେନରେ ପଡ଼ିଯାଇଥିଲା । ତେବେ ମା’ ହାତୀ ସହ ପୂରା ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ମାତ୍ର ବିଫଳ ହୋବାରୁ ତାକୁ ଜଗି ରହିଥିଲେ । ସକାଳେ ବନ ବିଭାଗ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ଡ୍ରେନରେ ବାଲି ବସ୍ତା ପକାଇଥିଲେ । ଫଳରେ ହାତୀ ପଲ ଛୁଆ ହାତୀକୁ ଡ୍ରେନରୁ ଉଦ୍ଧାର କରି ସାଥୀରେ ନେଇଯାଇଥିବା ଦେଖିବାକୁ ମିଲାଥିଲା । ହାତୀ ଛୁଆଟି ସୁସ୍ଥ ଥିବାବେଳେ ହାତୀ ପଲଙ୍କ ପାଖକୁ ପଳାଇଥିବା ବନକର୍ମଚାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ