ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନମଗ୍ନ ଫଟୋ

କନ୍ୟାକୁମାରୀ (ବଡ଼ ଖବର ବ୍ୟୁରୋ): ଲୋକ ସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମାସ ହେଲା ଜୋର୍‌ଦାର ପ୍ରଚାର କରିବା ପରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚି ପ୍ରସିଦ୍ଧ ବିବେକାନନ୍ଦ ରକ୍‌ ମେମୋରିଆଲରେ ୪୮ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧ୍ୟାନ ସାଧନାର ଫଟୋ ସାମ୍ନାକୁ ଆସିଛି । । ଫଟୋରେ ମୋଦି ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିବା ସହ ହାତରେ ରୁଦ୍ରାକ୍ଷ ଧରିଛନ୍ତି। ଧ୍ୟାନ ସାଧନା ଅବସରରେ ଯୋଗୀ ମୁଦ୍ରାରେ ନଜର ଆସିଛନ୍ତି। ସେ ଜପାମାଳି ଧରି ପ୍ରାର୍ଥନା କରୁଛନ୍ତି। ଧ୍ୟାନ ପୂର୍ବରୁ ମୋଦି ସୂର୍ୟ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ।
ଥିରୁଭାନନ୍ଥପୁରମ୍‌ରୁ ହେଲିକପ୍ଟର ଯୋଗେ ମୋଦି କନ୍ୟାକୁମାରୀରେ ପହଞ୍ଚିଲେ। ସେ ଭଗବତୀ ଆମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୋଟ୍‌ ଯୋଗେ ରକ୍‌ ମୋମୋରିଆଲକୁ ଯାଇଥିଲେ। ଜୁନ୍‌ ୧ ପର୍ୟ୍ୟନ୍ତ ସେ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିରହିବେ। ଧୋତି ଓ ଧଳା ଚାଦର ପରିହିତ ପ୍ରଧାନମନ୍ତ୍ରୀ ମନ୍ଦିରରେ ପ୍ରାର୍ଥନା କରିବା ପରେ ଗର୍ଭଗୃହକୁ ପ୍ରଦକ୍ଷିଣ କରିଥିଲେ। ପୂଜକମାନେ ସ୍ବତନ୍ତ୍ର ଆରତି କରିବା ସହ ମୋଦିଙ୍କୁ ଶାଲ୍‌ ଏବଂ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ ଫଟୋ ପ୍ରଦାନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ