Masthead

ଅମିତ୍ ଶାହାଙ୍କୁ ଉଦ୍ଧବଙ୍କ କଟାକ୍ଷ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): କ୍ଷମତା, ନାଁ ଓ ଚିହ୍ନ ସବୁ ହାତରୁ ଯିବା ପରେ ଅମିତ ସାହାଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧାବ ଠାକରେ । କଟାକ୍ଷ କରି କହିଛନ୍ତି ‘ମୁଗାମ୍ବୋ ଖୂସ୍ ହୁଆ’ । ଏବେ ଶିବସେନାର ନାମ ଓ ଚିହ୍ନ କଣ ହେବ ସେନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଅମିତ ଶାହାଙ୍କୁ ଉଦ୍ଧବ ଠାକରେ ଟାର୍ଗେଟ କରିଛନ୍ତି। ମିଷ୍ଟର ଇଣ୍ଡିଆର ଫିଲ୍ମର ଅମ୍ରେଶ ପୁରୀଙ୍କ ଚରିତ୍ରକୁ ଉଦ୍ଧାର କରି ଅମିତ ଶହାଙ୍କ ଉଦ୍ଦେଶ୍ୟରରେ ‘ମୁଗାମ୍ବୋ ଖୁସ ହୁଆ’ ବୋଲି କଟାକ୍ଷ କରିଛନ୍ତି। ସେହିପରି ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିନ୍ତି। ସେ କହିଛନ୍ତି ଯେ, ୧୯୯୩ରେ ମୁମ୍ବାଇରେ ସିରିଏଲ ବ୍ଲାଷ୍ଟରେ ମୁମ୍ବାଇକୁ ଶିବସେନା ହିଁ ବଞ୍ଚେଇ ଥିଲା।

ଏବେ ଯେଉଁମାନେ ହିନ୍ଦୁତ୍ୱ କଥା କହୁଛନ୍ତି ସେତେବେଳେ ସେମାନେ କେଉଁଠି ଥିଲେ। ସେମାନଙ୍କ ଠିକଣା ଜଣା ନଥିଲା । ଏବେ ସେମାନେ ୫୬ ଇଞ୍ଚର ଛାତି ଦେଖାଉଛନ୍ତି। ମୁମ୍ବାଇ ବ୍ଲାଷ୍ଟରେ ବେଳେ ୫୬ ଇଞ୍ଚର ଛାତି କେଉଁଠି ଥିଲା। ଠାକ୍‌ରେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଏଭଳି ଝଟ୍‌କା କେବେ କୌଣସି ଦଳକୁ ଲାଗିନି। ଯଦି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବୁଛନ୍ତି ଯେ ସେମାନଙ୍କ ଦ୍ବାରା ଦାସ ଭଳି ପରିଚାଳିତ କିଛି ସରକାରୀ ସଂସ୍ଥା ଶିବସେନାକୁ ଶେଷ କରିଦେବେ ତେବେ ଏହା ସମ୍ଭବ ନୁହେଁ। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଠାକ୍‌ରେ କହିଛନ୍ତି, ମହାରାଷ୍ଟ୍ରକୁ ଆସିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଲାସାହେବ ଠାକ୍‌ରେଙ୍କ ମାସ୍କ ପିନ୍ଧିବା ଆବଶ୍ୟକ ପଡ଼ିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସି‌ନ୍ଦେଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ