Masthead

ଗାଁ ମୁହାଁ ୬୦ ଟିକିଆ ହାତୀପଲ,ଚମ୍ପୁଆରେ ଭୟ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ):କେନ୍ଦୁଝରରେ ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ । ୬୦ଟିକିଆ ହାତୀପଲକୁ ନେଇ ଲୋକେ ଭୟଭୀତ । ଚମ୍ପୁଆ ରେଞ୍ଜର ବାଲିବନ୍ଧ ଫରେଷ୍ଟ ବିଟ ଅଞ୍ଚଳକୁ ରବିବାର ୬୦ଟିକିଆ ଝାଡଖଣ୍ଡି ହାତୀପଲ ଧଶେଇ ପଶିଥିଲେ । ଆଜି ଏହି ହାତିପଲ ଗୁଡ଼ିକ ତିନି ଭାଗ ହୋଇ ପାର୍ବତିପୁର, ହରିଡ଼ାଯୋଡ଼ି ଓ କାଞ୍ଜିଆପାଣି ଅଞ୍ଚଳରେ ଉତ୍ପାତ ମଚାଇଛନ୍ତି । ଦିନ ବେଳା ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ନଇଁଲେ ଗାଁ ମୁହାଁ ହେଉଛନ୍ତି ପଲ । ଧାନବିଲର ପଶି ବ୍ୟାପକ କ୍ଷତି କରିଛନ୍ତି ହାତୀ ପଲ । କିଛିଦିନ ତଳେ ପୁରୁଣାପାଣି ଗାଁରେ ଜଣେ ବ୍ୟକ୍ତିଙ୍କୁ ହାତୀ ପଲ ଦଳି ଦେଇଥିଲେ । ଏହି ଘଟଣା ମନରୁ ନଲିଭୁଣୁ ହାତିପଲ ପୁଣି ଉତ୍ପାତ ଆରମ୍ଭ କରିଦେଇଛନ୍ତି । ଫଳରେ ଲୋକେ ଆତଙ୍କିତ ହୋଇ ହୋପଡ଼ିଛନ୍ତି । ସନ୍ଧ୍ୟା ହେଲେ ଲୋକେ ପଦାକୁ ବାହାରିବା ପାଇଁ ଡ଼ରୁଛନ୍ତି । ପ୍ରତିବର୍ଷ ଝାଡ଼ଖଣ୍ଡି ହାତୀପଲ ପାଇଁ ଅନେକ ଧନ ଜୀବନ ବିପଦରେ ପଡ଼ୁଛି । ବନ ବିଭାଗ ହାତୀ ଗୁଡ଼ିକୁ ତୁରନ୍ତ ଘଉଡାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ