Masthead

୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ବଣାଇ ଉପଖଣ୍ଡ ପୁଲିସକୁ ବଡ଼ ସଫଳତା । ୫ଟି ବଡ଼ ଡକାୟତି ଘଟଣାରେ ସମ୍ପୃକ୍ତ ୩ ଅପରାଧିଙ୍କୁ ଏନକାଉଣ୍ଟର । ସମସ୍ତ ଅପରାଧୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରାଧିଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସ୍ ଏନକାଉଣ୍ଟରରେ ୩ ଅପରାଧୀ ଆହତ ହୋଇଛନ୍ତି । ଚାନ୍ଦିପୋଷ କୁଚେଇତାରେ ୨ଜଣ ଓ ଲହୁଣୀପଡା ଲମ୍‌ସିରେ ଜଣକୁ ଏନକାଉଣ୍ଟର କରିଛି ପୁଲିସ୍ । ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ।

ଡକାୟତ ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର ପାଇ ଟିମ ଗଠନ କରି ଜାତୀୟ ରାଜପଥରେ ଜଗି ରହିଥିଲେ। ଅପରାଧୀମାନେ ବାଇକରେ ଆସୁଥିବା ବେଳେ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଛି। ଘଟଣାସ୍ଥଳରୁ ୩ଟି ପିସ୍ତଲ, କାର, ଦୁଇଟି ବାଇକ ଜବତ ହୋଇଛି। ଏମାନେ ବାଙ୍କୋ, ବରସୁଆଁ, ଲଙ୍ଗଳକଟା ଅଂଚଳରେ ଆତଙ୍କ ଚଳାଇଥିଲେ । ଗତ ୨୦ ତାରିଖ ରାତିରେ କୋଇଡା ଅଞ୍ଚଳର ଏକ ପରିବହନ କାର୍ୟ୍ୟାଳୟରୁ ହୋଇଥିବା ୩ ଲକ୍ଷ ଟଙ୍କା ଡକାୟତରେ ଏମାନେ ସାମିଲ ଥିଲେ। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି