ଆଜିଠୁ ଟ୍ୱିଟରରେ ଏନକ୍ରିପସନ ମେସେଜିଂ ସୁବିଧା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟ୍ୱିଟରରେ ଖୁବଶୀଘ୍ର ଆସିବ ଭିଡିଓ କଲିଂ ସୁବିଧା । ଟ୍ୱିଟର ଏମିତି ଏକ ପ୍ଲାଟଫର୍ମ ଯେଉଁଠି ହାତ ପାହାନ୍ତାରେ ମିଳେ ସବୁ ଅପଡେଟ । ଟ୍ୱିଟରରେ ନିୟମିତ କିଛି ନା କିଛି ପରିବର୍ତ୍ତନ ହେଉଛି । କିଛି ଦିନ ପୂର୍ବରୁ ଟ୍ୱିଟରରେ ଏଡିଟ ଅପସନ ଆଣିବା ପାଇଁ ମଧ୍ୟ ଦାବି ହୋଇଥିଲା । ସେପଟେ ଆଜିଠୁ ଟ୍ୱିଟରରେ ଏନକ୍ରିପସନ ମେସେଜିଂ ସୁବିଧା ଉପଲବ୍ଧ କରାଯାଇଛି । ଏନକ୍ରିପସନ ମେସେଜିଂ ଅର୍ଥ ହେଉଛି ୨ ଜଣ ଲୋକଙ୍କ ମଧ୍ୟରେ ଯେଉଁ ବାର୍ତ୍ତାଳାପ ହେବ ତୃତୀୟ ଲୋକ କେହି ସେ ବିଷୟରେ ଜାଣିପାରିବେ ନାହିଁ । ଏଲନ ମସ୍କ କହିଛନ୍ତି ମୋ ମୁଣ୍ଡରେ କେହି ବନ୍ଧୁକ ଲଗାଇ ଦେଲେ ବି ମୁଁ ଆପଣ ମାନଙ୍କ ଡିଏମ ଦେଖିପାରିବି ନାହିଁ । ଟ୍ୱିଟର ଆପର ନୂଆ ଭର୍ସନରେ ୟୁଜର୍ସମାନେ ଯେକୌଣସି ପୋଷ୍ଟର ଟ୍ରେଡରୁ ଡାଇରେକ୍ଟ ମେସେଜ ପଠାଇପାରିବେ । ଇମୋଜି ବ୍ୟବହାର କରି ମଧ୍ୟ ପ୍ରତିକ୍ରିୟା ଦେଇପାରିବେ । ମସ୍କ ଟ୍ୱିଟରକୁ କିଣିବା ପରଠାରୁ ନିମୟମି କିଛି ନା କିଛି ଚେଞ୍ଜେସ କରୁଛନ୍ତି । ଲୋକାମାନେ ହ୍ୱାଟ୍ସଆପରେ କଲ କରୁଥିବା ଭଳି ଏବେ ଟ୍ୱିଟରରେ ଭଏସ ଓ ଭିଡିଓ କଲ କରିପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ବିଶ୍ୱର ଯେ କୌଣସି ସ୍ଥାନରେ ରହି ୟୁଜର୍ସମାନେ ନିଜ ନମ୍ବର ସେୟାର ନକରି କଥା ହୋଇ ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’