Masthead

BSFର ଅଧିକାର କ୍ଷେତ୍ରକୁ ବୃଦ୍ଧି କରିବା ମଧ୍ୟ ଆଉ ଏକ କଳା ଆଇନ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): କୃଷି ଆଇନ ପରେ BSFର ଅଧିକାର କ୍ଷେତ୍ରକୁ ବୃଦ୍ଧି କରିବା ମଧ୍ୟ ଆଉ ଏକ କଳା ଆଇନ । ସୀମା ସୁରକ୍ଷା ବଳର ଅଧିକାର କ୍ଷେତ୍ରକୁ ୧୫ରୁ ୫୦ କିଲୋମିଟର ପର୍ୟ୍ୟନ୍ତ ସମ୍ପ୍ରସାରଣ ଲାଗି କେନ୍ଦ୍ରର ନୂଆ ଆଇନକୁ ପଞ୍ଜାବ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ମନ୍ତ୍ରୀ ରାଣା ଗୁରଜିତ ସିଂହ ଶୁକ୍ରବାର ରାଜ୍ୟ ଲାଗି ଆଉ ଏକ କଳା ଆଇନ ବୋଲି କହିଛନ୍ତି। ୩ ବିବାଦୀୟ କୃଷି ଆଇନକୁ ନେଇ ପଞ୍ଜାବ ଉଠୁଥିବା ପଡୁଥିବା ବେଳେ କେନ୍ଦ୍ର ସରକାର ଆଉ ଏକ କଳା ଆଇନ କରି ପଞ୍ଜାବ ଉପରେ ଥୋପିଥିବା କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଏପରି ମନମାନିକୁ ରାଜ୍ୟରେ ଜୋରଦାର ବିରୋଧ କରାଯିବ ବୋଲି ରାଣା କହିଛନ୍ତି। ସୋମବାର ଏ ନେଇ ପଞ୍ଜାବ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଆଇନଶୃଙ୍ଖଳା ସମ୍ପର୍କିତ ମାମଲା ରାଜ୍ୟ ବିଷୟ ବୋଲି କୁହାଯାଇଥିଲା। ଯାହାକୁ ପୋଲିସ ସଫଳ ନିୟନ୍ତ୍ରିତ କରୁଥିବା ମନ୍ତ୍ରୀମାନେ କହିଥିଲେ। ଏଣୁ କେନ୍ଦ୍ରର ନୂଆ ସୀମା ଆଇନର ରାଜ୍ୟରେ କୌଣସି ଆବଶ୍ୟକତା ନଥିବା ମନ୍ତ୍ରୀମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ