ବୁଥ ବଦଳରେ ବ୍ଲକରେ ହେବ ଭୋଟ ଗଣତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏଣିକି ବୁଥ ବଦଳରେ ବ୍ଲକରେ ହେବାକୁ ଯାଉଛି ଭୋଟ ଗଣତି । ଏଥିପାଇଁ ପ୍ରସ୍ତୁତି ସହିତ ଇଲକ୍ଟୋରାଲ ରୋଲ ପ୍ରସ୍ତୁତ କରିବା ଏବଂ ବୁଥ ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଜନୈତିକ ଦଳ ମଧ୍ୟ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକରେ ହେବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପୂର୍ବରୁ ଯେମିତି ବୁଥରେ ହେଉଥିଲା ଏଥର ସେମିତି ହେବନି। ଗୋଟିଏ ଦିନରେ ନିର୍ବାଚନ ହୋଇଥିବା ସମସ୍ତ ବ୍ଲକରେ ଭୋଟ ଗଣତି ହେବ। ଭୋଟ ଗଣତି ପରେ ବାଲଟ ବାକ୍ସ ଆଣି ବ୍ଲକରେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ରଖାଯିବ।

ଏ ନେଇ ସମସ୍ତ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏହା ସହିତ ଜାନୁଆରୀ ୧, ୨୦୨୧ ଭୋଟର ଲିଷ୍ଟ ଅନୁସାରେ ଇଲକ୍ଟୋରାଲ ରୋଲ ପ୍ରସ୍ତୁତ କରାଯିବ। ପ୍ରତି ଓ୍ବାର୍ଡ ଏବଂ ପଞ୍ଚାୟତରେ ଭୋଟର ଲିଷ୍ଟ ସଂଶୋଧନ କରାଯିବ ।

୬ ମାସଭିତରେ ଯଦି କାହାର ବୟସ ଭୋଟ ଦେବା ପାଇଁ ହୋଇ ଯାଇଥିବ ତାହେଲେ ସେମାନଙ୍କୁ ଅନ୍ତୁର୍ଭୁକ୍ତ କରାଯିବ। ଏଥର ବୁଥ ସଂଖ୍ୟା ବଢ଼ାଯିବ। ସେହି ଅନୁସାରେ ବାଲାଟ ବକ୍ସ ମଧ୍ୟ ବୃଦ୍ଧି କରାଯିବ। ଜାନୁୟାରୀ ୨୬ ତାରିଖ ସୁଦ୍ଧା ବୁଥ ତାଲିକା ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ