ପଜିଟିଭ ପତ୍ନୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା

ପାଟନା (ବଡ଼ ଖବର ବ୍ୟୁରୋ): କରୋନା ଆକ୍ରାନ୍ତ ପତ୍ନୀଙ୍କୁ ହତ୍ୟା କରି ଷ୍ଟେସନ ମାଷ୍ଟରଙ୍କ ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିଛି ବିହାରର ରାଜଧାନୀ ପାଟନାର ନାଗର ପୋଲିସ ଷ୍ଟେସନ ଅଧୀନ ଚିତ୍ରାଗୁପ୍ତ ନାଗର ଅଞ୍ଚଳରେ । ମହିଳା ଜଣକ କିଛିଦିନ ହେବ ଅସୁସ୍ଥ ହୋଇଥିଲେ। ଅସୁସ୍ଥ ହେବା ପରେ ତାଙ୍କ ସ୍ୱାମୀ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ରିପୋର୍ଟରେ କରୋନା ପଜିଟିଭ୍ ମିଳିବା ପରେ ସ୍ୱାମୀ ଟେନସନରେ ଥିଲେ ।

ରବିବାର ରାତିରେ କିଛି ବିଷୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିଥିଲା। ବୃତ୍ତିରେ ଷ୍ଟେସନ୍ ମାଷ୍ଟର ଥିବା ସ୍ୱାମୀ ଉତ୍ତ୍ୟକ୍ତ ହୋଇ ପତ୍ନୀଙ୍କ ଗଳାକାଟି ହତ୍ୟା କରିଥିଲେ । ପରେ ସେ ଘରର ଛାତରୁ ଡେଇଁପଡି ଥିଲେ । ପାଟନା ଜଙ୍କସନରେ ପୋଷ୍ଟମାଷ୍ଟର ଥିବା ବ୍ୟକ୍ତିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଷ୍ଟେସନ ମାଷ୍ଟର ତାଙ୍କ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ବେଳେ ପିଲାମାନେ ଚିକ୍ରାର କରିଥିଲେ । ପିଲାମାନଙ୍କ ଚିକ୍ରାର ଓ ସ୍ତ୍ରୀର ରକ୍ତ ଜୁଡୁବୁଡୁ ଶରୀର ଦେଖି ଷ୍ଟେସନ୍ ମାଷ୍ଟର ନିଜକୁ ଆୟତ୍ତରେ ରଖିପାରି ନଥିଲେ ।

ବାଧ୍ୟ ହୋଇ ସେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ । ଏ ସମ୍ପର୍କରେ ଖବର ପାଇ ଜାକାନପୁର, କଙ୍କାରବାଗ ଓ ନାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଷ୍ଟେସନ ମାଷ୍ଟରଙ୍କ ଘରକୁ ସିଲ୍ କରିଛି । ପୋଲିସ ପୂରା ମାମଲାର ତଦନ୍ତ ଆରମ୍ଭ କରିଛି। ପଡୋଶୀ ଏବଂ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ