Before Header

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୪୭ କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ପରୀକ୍ଷାର୍ଥୀ

0 16

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ୪୭ କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ପରୀକ୍ଷାର୍ଥୀ । ୧୫ ତାରିଖ ଯାଏ ୩ଟି ସିଫ୍ଟରେ ହେବ ପରୀକ୍ଷା । ଏମବିଏ, ଏମଟେକ୍, ଏମପ୍ଲାନ୍, ଲାଟେରାଲ ଏମ୍ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ପରୀକ୍ଷା । ଓଜେଇଇ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହାସହ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରରେ ମଧ୍ୟ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୩ ସିଫ୍ଟରେ ପରୀକ୍ଷା ହେବାକୁ ଥିବା ବେଳେ ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୧ଟା , ଦ୍ୱିତୀୟ ସିଫ୍ଟ ସାଢେ ୧୨ଟାରୁ ଅପରାହ୍ନ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ସାଢେ ୪ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ । ମୋଟ ୫୫ ହଜାର ୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ନାମ ପଞ୍ଜିକରଣ କରିଛନ୍ତି ।

Leave A Reply

Your email address will not be published.