Masthead

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୪୭ କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ୪୭ କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ପରୀକ୍ଷାର୍ଥୀ । ୧୫ ତାରିଖ ଯାଏ ୩ଟି ସିଫ୍ଟରେ ହେବ ପରୀକ୍ଷା । ଏମବିଏ, ଏମଟେକ୍, ଏମପ୍ଲାନ୍, ଲାଟେରାଲ ଏମ୍ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ପରୀକ୍ଷା । ଓଜେଇଇ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହାସହ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରରେ ମଧ୍ୟ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୩ ସିଫ୍ଟରେ ପରୀକ୍ଷା ହେବାକୁ ଥିବା ବେଳେ ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୧ଟା , ଦ୍ୱିତୀୟ ସିଫ୍ଟ ସାଢେ ୧୨ଟାରୁ ଅପରାହ୍ନ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ସାଢେ ୪ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ । ମୋଟ ୫୫ ହଜାର ୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ନାମ ପଞ୍ଜିକରଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା