Masthead

ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ଅକ୍ରମଣ

ଭଦ୍ରକ,(ବଡ଼ ଖବର ବ୍ୟୁରୋ): ମଦବେପାରୀଙ୍କ ମାଡରେ ୭ ଅବକାରୀ କର୍ମଚାରୀ ଆହତ । ବେଆଇନ ମଦ ଜବତ କରିବା ସମୟରେ ହୋଇଛି ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୁରୁଣାବଜ଼ାର ଥାନା ମିର୍ଜାପୁର ଅଞ୍ଚଳରେ । ବେଆଇନ ଭାବେ ଦେଶୀ ମଦ କାରବାର କରୁଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ମିର୍ଜାପୁର ଅଞ୍ଚଳରେ ଚଢ଼ାଉ କରି ୫୦ ଲିଟର ଦେଶୀ ମଦ ଜବଦ କରିବାସହ ୨ଜଣକୁ ଗିରଫ କରିଥିଲା ଅବକାରୀ ବିଭାଗ ।  ଘଟଣା ସ୍ଥଳରୁ ମଦବେପାରୀମାନେ ଅବକାରୀ ଅଧିକାରୀଙ୍କୁ ମାଡ ମାରି ଦୁଇ ଆସାମୀ ସହ ମଦକୁ ମଧ୍ୟ ଛଡାଇ ନେଇ ଥିବା ଅଭିଯୋଗ ହୋଇଛି । ଆହତ ହୋଇଥିବା ଅବକାରୀ କର୍ମଚାରୀମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇ ଚିକିତ୍ସା କରାଯାଇଛି ।

ସୂଚନା ଅନୁଯାୟୀ, ପୁରୁଣାବଜାର ଥାନା ମିର୍ଜାପୁର ଅଞ୍ଚଳରେ ଅବାଧ ମଦ କାରବାର ଦିନକୁ ଦିନ ବଢିଚାଲିଛି । ବାରମ୍ବାର ଅବକାରୀ ବିଭାଗ, ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି କିନ୍ତୁ ତାହା ବନ୍ଦ ହେବାର ନା ନେଉନାହିଁ । ଆଜି ମଧ୍ୟ ଭଦ୍ରକ ଅବକାରୀ ବିଭାଗ ମିର୍ଜାପୁର ଅଞ୍ଚଳକୁ ଯାଇ ମଦ ଜବତ କରିବା ସହ ଦୁଇ ଆସାମୀଙ୍କୁ ଧରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବେଆଇନ ଭାବେ ମଦ କାରବାର କରୁଥିବା ମଦବେପାରୀମାନେ ଅବକାରୀ ବିଭାଗର କର୍ମଚାରୀ ମାନଙ୍କୁ ମାଡ଼ ମାରିବା ସହିତ ଜବତ ହୋଇଥିବା ଦେଶୀ ମଦ ସହ ଅଭିଯୁକ୍ତ ମାନଙ୍କୁ ଖସାଇ ନେଇଥିଲେ । ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁରେ ଅଟକାଇଥିଲେ । ପରେ ପୁରୁଣାବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ