Masthead

ଗାଁରେ ଅଟକ ରହିଲେ ତହସିଲଦାର

ବାସୁଦେବପୁର,(ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଜାମୁଝାଡି-ଧାମରା ରାସ୍ତାର ସଂପ୍ରସାରଣ ପାଇଁ ରାସ୍ତା ଉଭୟ ପାର୍ଶ୍ୱରେ ଥିବା ଜବର ଦଖଲ ଉଚ୍ଛେଦ କରାଯାଉଛି । ଏହି ଜବର ଦଖଲ ଉଛେଦ କରିବା ସମୟରେ ଦେଖିବାକୁ ମିଳିଛି ଏକ ଅପ୍ରିତିକର ପରିସ୍ଥିତି । ଜବର ଦଖଲ ଉଚ୍ଛେଦ କରିବାକୁ ଯାଇ ଅଟକ ହେଲେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ। ସୂଚନା ଅନୂଯାୟୀ, ବିରସ ପଞ୍ଚାୟତର ବିରସ ଛକ ରାସ୍ତା ପାର୍ଶ୍ୱରେ ଏକ ଭୂମିହୀନ ପରିବାର ଅଜୟ ସିଂ ନାମ ବ୍ୟକ୍ତି ବହୁଦିନ ହେବ ରହିଆସୁଥିଲେ। ଅଜୟଙ୍କୁ କୌଣସି ନୋଟିସ୍ ନଦେଇ କିମ୍ବା ବିନା ସୂଚନାରେ ଆଜି ଦ୍ୱିପ୍ରହର ସମୟରେ ହଠାତ୍ ତାଙ୍କ ଘରକୁ ଜବରଦସ୍ତ ଭାଙ୍ଗି ଦେଇଥିଲେ । ଏହାସହିତ ତାଙ୍କ ଭାତ ହାଣ୍ତି ଭାଙ୍ଗିବା ଏବଂ ଅସବା ପତ୍ର ବାହାର କରିବାକୁ ସମୟ ନଦେବା ଏପରିକି ଅଜୟଙ୍କ ପତ୍ନୀ ୯ମାସର ଗର୍ଭବତୀ ଥିଲେ ବି ପ୍ରଶାସନ ନଶୁଣିଥିବା ଅଭିଯୋଗ କରି ବାସୁଦେବପୁର ତହସିଲଦାରଙ୍କ ଗାଡିକୁ ଅଟକାଇବା ସହ ଡ୍ରାଇଭରକୁ ଧସ୍ତାଧସ୍ତି କରିଥିଲେ ଗ୍ରାମବାସୀ। ଏଠାରେ ଆମକୁ ଥଇଥାନ ଦାବି କରି ୯ ମାସର ଗର୍ଭବତୀ ମହିଳା ଅଜୟଙ୍କ ପତ୍ନୀ ତହସିଲଦାରଙ୍କ ଗାଡି ସମ୍ମୁଖରେ ଧାରଣାରେ ବସିଥିଲେ ।

ଅନ୍ୟପଟେ ମାପର ପାତର ଅନ୍ତର କରାଯାଇଥିବା ଅଭିଯୋଗ କରି PWD ଅମିନର ସାର୍ଟ ଚିରିବା ସହ ଗାଳି ଗୁଲଜ ମଧ୍ୟ କରିଥିଲେ। ଏହାପରେ ଖବର ପାଇ ନାୟକାଣିଡିହି ଥାନା, କଶିଆ ସାମୁଦ୍ରିକ ଥାନା ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ନାୟକାଣିଡିହି ଥାନା ଏ.ଏସ.ଆଇ ନିରୋଦ କୁମାର ମଳିକ ଲୋକମାନଙ୍କୁ ବୁଝାସୁଝା କରିବା ସହ ବିରସ ଠାରେ ଥିବା PWD ଗୃହରେ ଉକ୍ତ ମାହିଳାଙ୍କୁ ଆଶ୍ରୟ ପାଇଁ କହିବା ପରେ ତହସିଲଦାରଙ୍କୁ ଛାଡିଥିଲେ। ପରେ ଘଟଣାସ୍ଥଳରେ ଏସ.ଡି.ପିଓ ସାର୍ଥକ ରାଏ, ନାୟକାଣିଡିହି ଥାନା ଅଧିକାରୀ ଉମାଶଙ୍କର ନାୟକ ପହଞ୍ଚି ଘଟଣାର ତଦନ୍ତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ