Masthead

ବିବାହ ପାଇଁ ବିଜୟଶଙ୍କରଙ୍କ ବଢ଼ିପାରେ ଅଡୁଆ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ପିଛା ଛାଡୁନି ବିବାଦ । ବଢିପାରେ ଅଡୁଆ । କଟକ ସବ ସବରେଜିଷ୍ଟ୍ରାର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ପ୍ରସଙ୍ଗରେ ଆଜି ସବରେଜିଷ୍ଟ୍ରାର ଅଫିସକୁ ଆସି ଲିଖିତ ଅଭିଯୋଗ ଦେଇଛନ୍ତି ସୋମାଲିକା । ସେ କହିଛନ୍ତି, ‘ମୋର ବାରମ୍ବାର ବୟାନ ରେକର୍ଡ କରାଯାଇଛି । ମୋତେ ନ୍ୟାୟ ମିଳିନି ହେଲେ ସେ ଆଉ ଜଣଙ୍କୁ ବିବାହ କରିବାକୁ ବସିଲେଣି ।ପୁଲିସ ମୋତେ ହାରାସ କଲାଣି ମୁଁ ଡିପ୍ରେସନକୁ ଗଲିଣି ।’ ମୁଁ ବିଜୟଙ୍କ ନାଁରେ ପରିଚିତ ହେବାକୁ ଚାହେଁନି ।

ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ‘କୋର୍ଟଙ୍କ ଦ୍ବାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ଲଢ଼େଇ ଜାରି ରଖିବି’ ବୋଲି କହିଛନ୍ତି । ସଂପୃକ୍ତ ଯୁବତୀଙ୍କୁ ନେଇ ପୂର୍ବରୁ ମଧ୍ୟ ସୋମାଲିକା ଗଣମାଧ୍ୟମରେ ବୟାନ ଦେଇଥିଲେ । ଜଣେ ବିବାହିତ ମହିଳାଙ୍କ ପ୍ରେମରେ ବିଜୟ ଶଙ୍କର ପଡ଼ିଛନ୍ତି, ତାଙ୍କୁ ହିଁ ସେ ବିବାହ କରିବେ ବୋଲି ସେ ବାରମ୍ବାର ଅଭିଯୋଗ କରିଥିଲେ। ବର୍ତ୍ତମାନ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି, ଏଣୁ ତାଙ୍କୁ ବିବାହ କରିବା ପାଇଁ ବିଧାୟକ ଆବେଦନ କରିଥିବା ସୋମାଲିକା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ