Masthead

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼

(ବଡ଼ ଖବର ବ୍ୟୁରୋ)  ଖାଉଟିଙ୍କୁ ମିଳୁନି ଆଶ୍ୱସ୍ଥି । ଦିନକୁ ଦିନ ମହଙ୍ଗା ହେଉଛି ରନ୍ଧନ ଗ୍ୟାସ ଦର । ଦେଶର ବିଭିନ୍ନ ସ୍ଥାନରେ ୯୬୧ ଟଙ୍କା ଭଳି ବଢା ଦାମରେ ବିକ୍ରି ହେଉଛି ଏଲପିଜି ସିଲିଣ୍ଡର । କିନ୍ତୁ ଆସନ୍ତା ସପ୍ତାହରେ ରନ୍ଧନ ଗ୍ୟାସ ଦର ଆହୁରି ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଯାହାକି ଖାଉଟିଙ୍କୁ ଏକ ବଡ଼ ଝଟକା ଲାଗିପାରେ । ଏବେ ପ୍ରତି ସିଲିଣ୍ଡର ପିଛା କଂପାନୀ ପ୍ରାୟ ୧୦୦ ଟଙ୍କାର କ୍ଷତି ସହୁଛନ୍ତି । ପ୍ରତି ମାସର ପ୍ରଥମ ସପ୍ତାହରେ ଏଲପିଜି ଦାମ ସଂଶୋଧନ ହେଉଛି । ଦେଖିବାକୁ ଗଲେ ଚଳିତ ବର୍ଷ ଜୁଲାଇ ପରଠାରୁ ଏଲପିଜି ସିଲିଣ୍ଡର ୯୦ ଟଙ୍କା ମହଙ୍ଗା ହୋଇସାରିଲାଣି । ତେବେ ସବସିଡି ଓ ଅଣ ସବସିଡି ସିଲିଣ୍ଡର ଦାମରେ ବେଶି କିଛି ଫରକ ନାହିଁ । କାହିଁକିନା ସବସିଡି ଗ୍ରାହକମାନେ ବଜାର ଦରରେ ଏଲପିଜି କିଣୁଛନ୍ତି ବୋଲି କହିଲେ କିଛି ଭୁଲ ହେବ ନାହିଁ । ଏଲପିଜି ଦାମରେ ନିୟମିତ ବୃଦ୍ଧି ପାଉଥିବାରୁ ଏହା ଉପରେ ଦିଆଯାଇଥିବା ସବସିଡି ମଧ୍ୟ ଗତ ବର୍ଷ ଠାରୁ ବନ୍ଦ ହୋଇଯାଇଛି ।

ସେପଟେ କିଣା ମୂଲ୍ୟ ବଢୁ ଥିବାରୁ ବିକ୍ରି କଲା ବେଳେ ମଧ୍ୟ ଗ୍ୟାସ କଂପାନୀ ଗୁଡିକ କ୍ଷତି ସହୁଛନ୍ତି । ଏଲପିଜି ନିର୍ଦ୍ଧାରଣ ପ୍ରକ୍ରିୟା ସରକାରଙ୍କ ନିୟନ୍ତ୍ରଣରେ ରହିଛି କିନ୍ତୁ ସରକାର ଏଥିରେ କୌଣସି ହସ୍ତକ୍ଷେପ କରୁନାହାନ୍ତି । ତେବେ ଯଦି ବି ସରକାର ରନ୍ଧନ ଗ୍ୟାସ ଦାମ କମ ରଖିବାକୁ କଂପାନୀ ଗୁଡିକୁ କହିବେ, ତେବେ ସେମାନେ ସହୁଥିବା କ୍ଷତିକୁ ଭରଣ କରିବା ଲାଗି ସବସିଡି ଦେବାକୁ ପଡିବ । କିନ୍ତୁ ସରକାର ବ୍ୟୟ ଭାର ମୁଣ୍ଡାଇବାର ଭୟ ଥିବାରୁ ଏ ବିଷୟରେ ଚିନ୍ତା କରୁନାହାନ୍ତି । ଏ ନେଇ କ୍ଷତି ଭରଣ କରିବା ଲାଗି କଂପାନୀଗୁଡିକ ଏଲପିଜି ଦାମ ବଢାଉଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ