Masthead

ବିଧାୟକଙ୍କ ଉପରେ ବର୍ଷିଲେ ଧର୍ମଶାଳା ବିଜେପି ନେତା ହିମାଂଶୁ ଶେଖର

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଧର୍ମଶାଳା ବିଧାୟକଙ୍କ ଉପରେ ବର୍ଷିଲେ ଧର୍ମଶାଳା ବିଜେପି ନେତା ହିମାଂଶୁ ଶେଖର ସାହୁ । ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କ ଉପରେ ବର୍ଷିଥିବା ବେଳେ ଆଗାମୀ ନିର୍ବାଚନରେ ବିଜେପି ଏଠାରେ ଗୋଟିଏ ହୋଇ ଲଢିବ ବୋଲି କହିଛନ୍ତି। ଧର୍ମଶାଳା ବିଧାୟକଙ୍କ ସାଥିରେ ଦୀର୍ଘ ଦିନ ଧରି ରହି ସମାଜସେବାରୁ ରାଜନୀତିରେ ପାଦ ଥାପି ଥିବା ହିମାଂଶୁ ଶେଖର ସାହୁ ଗୁରୁବାର ପଦ୍ମ ଧରିବା ପରେ ଶୁକ୍ରବାର ତାଙ୍କ କାର୍ୟ୍ୟାଳୟରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏଥି ସହିତ ଧର୍ମଶାଳାରେ ସାଧାରଣ ଲୋକଙ୍କ ଦୂରବସ୍ଥା ପାଇଁ ବିଧାୟକଙ୍କୁ ଦାୟୀ କରିଛନ୍ତି। ଭତ୍ତା ଠାରୁ ଆବସ ପର୍ୟ୍ୟନ୍ତ ସବୁଥିରେ ଏଠାରେ ଦୁର୍ନୀତି ଚାଲିଥିବା ବେଳେ ବିଧାୟକ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ନିର୍ଦ୍ଧିଷ୍ଟ କିଛି ଦଳୀୟ କର୍ମୀ ସବୁ ଯୋଜନାର ଫାଇଦା ଉଠାଉଛନ୍ତି । ବିଜେପରୁ କିଏ ଦଳୀୟ ପ୍ରାର୍ଥୀ ହେବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏଠି ସମସ୍ତେ ଦଳ ପାଇଁ କାମ କରିବେ। ଦଳ ଯାହାକୁ ପ୍ରାର୍ଥୀ କରିବ ସମସ୍ତେ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି। ଟିକେଟ ଅପେକ୍ଷା ଦଳର ସ୍ଥିତି ମଜଭୁତ କରିବା ତାଙ୍କର ଲକ୍ଷ୍ୟ ହୋଇଥିବା ବେଳେ ଆଗମୀ ଦିନରେ ବିଜେଡ଼ି ଏଠାରୁ ପରାଭବ ଭୋଗିବ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା