Masthead

ଶ୍ୱାସରୁଦ୍ଧ ହୋଇ ଯାଇଛି ମନୀଷଙ୍କ ଜୀବନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମନୀଷ ମୃତ୍ୟୁ ମାମଲାରେ ନୂଆ ତଥ୍ୟ । ଆସିଲା ମନୀଷ ଅନୁରାଗଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ତେବେ କିଭଳି ଶ୍ୱାସରୁଦ୍ଧ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ । ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଗିଛି କ୍ଷତଚିହ୍ନ ନାହିଁ ବୋଲି ଡାକ୍ତର କହିଛନ୍ତି । ଭୁବନେଶ୍ୱର ଏମ୍ସ ପିଆରଓ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସେପଟେ ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍ ନେଇଥିବା କାରର ସନ୍ଧାନ ମିଳିଛି । ପୋଲିସ ଉକ୍ତ କାରକୁ ଜବତ କରି ତଦନ୍ତ ଚଳାଇଛି । ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହିଦିନ ମନୀଷ ଓ ଅନ୍ୟ ୨ ଜଣ ଏହି କାରରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡା ସ୍ଥିତ ସାଉଥ ସିଟି ବାରକୁ ଯାଇଥିଲା ବୋଲି ସୂଚନା ମିଳିଛି । ସେହି ଦିନ ମନୀଷଙ୍କ ସହ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ପୋଲିସକୁ ମିଳିଛି । ପୋଲିସ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ଗତକାଲି ମନୀଷଙ୍କୁ ତାଙ୍କ ସାଙ୍ଗମାନେ ଡାକିନେଇ ମାରିଦେଇଥିବା ଅଭିଯୋଗ କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ମନୀଷ ଅନୁରାଗଙ୍କ ପିତା ନବୀନ ଦାସ । ଭଗବାନ ଏପରି ସନ୍ତାନ ବିୟୋଗ ଦୁଃଖ କାହାକୁ ନ ଦିଅନ୍ତୁ । ଗତକାଲି ପୁଅର ମୃତହେଦ ଉଦ୍ଧାର ପରେ ଭିଡିଓ ଜରିଆରେ ମନର କୋହ ବଖାଣିଥିଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସ । ଏହାସହିତ ସେ କହିଥିଲେ, ରବିବାର ଭୋର ୪ ଟା ୧୧ରେ ତାର ଶେଷ ଫୋନ ପାଇଥିଲି । ତାକୁ କିଏ ମାରଧର କରୁଥିବା ସେ କହିଥିଲା । ଏହା ପରେ ପୁଅର ମୃତ୍ୟୁ ଖବର ପାଇଲି । ଆଉ ମାସେ ପରେ ମୋ ପୁଅର ବାହାଘର ହେବାର ଥିଲା । ହେଲେ ନିୟତିର କିଛି ଅଲଗା ଲେଖାଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ