Masthead

ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ

ଗଜପତି (ବଡ଼ ଖବର ବ୍ୟୁରୋ): ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସୀମାନ୍ତ ଆନ୍ଧ୍ର ପ୍ରଦେଶର ଜଙ୍ଗଲ ପାଡୁରେ ଥିବା ଗ୍ରାନାଇଟ ଖାଦାନରେ ଭୟଙ୍କର ବିସ୍ଫୋରଣ, ୩ ଶ୍ରମିକଙ୍କ ମୃତ୍ୟୁ । ମୃତକମାନେ ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ । ଗୁରୁତରମାନେ ଶ୍ରୀକାକୁଲମ୍ ଟେକ୍କାଲି ହସ୍‌ପିଟାଲରେ ଭର୍ତ୍ତି । ଗୁରୁତର ଆହତ ମାନେ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ସ୍ଵଷ୍ଟ ହୋଇପରି ନାହିଁ ।

ଘଟଣାସ୍ଥଳରେ ଆନ୍ଧ୍ର ପୋଲିସ, ଅଗ୍ନିଶମ ବିଭାଗ ଏବଂ ପାତାପାଟନାମ ମଣ୍ଡଳ ରେଭେନ୍ୟୁ ଅଫିସର ପହଁଚି ପ୍ରାଥମିକ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଅସାବଧନତା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରଯାଉଛି । ବିସ୍ଫୋରଣର ପ୍ରକୋପ ଏତେ ଥିଲା ଯେ ଶରୀରର ଅଧିକାଂଶ ଅଙ୍ଗ ଖଣ୍ଡ ବିଖଣ୍ଡିତ ହେବା ସହ ଜଳି ଯାଇଛି । ତେବେ ଗୁରୁତର ଆହାତଙ୍କ ମଧ୍ୟରେ ଓଡ଼ିଶାର କେତେ ଶ୍ରମିକ କାର୍ୟ୍ୟ କରୁଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ