Masthead

ପଥର କ୍ୱାରୀର ଗୁମର କଥା, ମାଲିକ ପାଳୁନାହାନ୍ତି ଏକ୍ସପ୍ଲୋସିଭ ଗାଇଡଲାଇନ

ରାୟଗଡା, (ବଡ଼ ଖବର ବ୍ୟୁରୋ): ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି ପଥର କ୍ୱାରୀର ଗୁମର କଥା । ପ୍ରଶାସନ-ମାଲିକ ମଧୁଚନ୍ଦ୍ରିକାରେ ଚାଲିଛି ବେଧଡକ ପଥର ଫୁଟା । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା, ଏବଂ ମାଲିକମାନେ କ୍ୱାରୀରେ ଏକ୍ସପ୍ଲୋସିଭ ଗାଇଡଲାଇନକୁ ପାଳନ କରୁନଥିବାରୁ ଏଠାରେ କାମ କରୁଥିବା ଶ୍ରମିକଙ୍କ ଜୀବନ ବାଜିରେ ଲାଗୁଛି । ଜିଲ୍ଲାକୁ କେତେ ପରିମାଣରେ ବିିସ୍ଫୋରକ ଆସୁଛି, କେଉଁ ରାସ୍ତା ଦେଇ ଆସୁଛି ଏପରିକି କେଉଁଠି ଗଚ୍ଛିତ କରାଯାଉଛି ତାହାର ହିସାବ ରଖୁନି ଜିଲ୍ଲା ପ୍ରଶାସନ । ବିଡମ୍ବନାର କଥା କ୍ୱାରୀରେ ବିିସ୍ଫୋରଣ ସମୟରେ ଯେଉଁସବୁ ଗାଇଡଲାଇନ ପାଳନ କରାଯିବା କଥା, ସେସବୁ ମାଲିକମାନଙ୍କ ପାଇଁ କବେଳ କାଗଜ ବାଘ । ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଏକମାତ୍ର ଆନୁଗତ ବୋଲାଇ ବେଧଡକ ଭାବେ ବେଆଇନ କାର୍ଯ୍ୟ ଚଳାଇଛନ୍ତି କ୍ୱାରୀ ମାଲିକ ।

ରାୟଗଡା ଜିଲାରେ ୪୬ଟି ପଥର କ୍ୱାରୀ ରହିଛି । ମାତ୍ର ବଡ ବଡ ପାହାଡକୁ ଫଟାଇବାକୁ ଆବଶ୍ୟକ ବିିସ୍ଫୋରକର ଠିକ ତଥ୍ୟ ରଖୁନି ଜିଲ୍ଲା ପ୍ରଶାସନ । ଏହି ବିିସ୍ଫୋରକ କେଉଁଠୁଁ ଆସୁଛି, କେତେ ପରିମାଣର ଆସୁଛି ଏବଂ ଏହାକୁ ଗଚ୍ଛିତ ରଖିବାର ସ୍ଥାନ କେତେ ନିରାପଦ ତା’ର ହିସବ ନାହିଁ । ସୀମାନ୍ତ ଫାଟକ ଠାରୁ ପୁଲିସ ନିଜ ହେପାଜତରେ ବିିସ୍ଫୋରକ ଗାଡିକୁ ଗନ୍ତବ୍ୟ ସ୍ଥଳରେ ପହାଁଇବା ପାଇଁ ଗାଇଡଲାଇନ ଥିଲେ ସୁଦ୍ଧା ତାହା ପାଳନ ହେଉନାହିଁ । ଅନ୍ୟପଟେ ବିସ୍ଫୋରଣ ପୂର୍ବରୁ ପୁଲିସକୁ ସୂଚିତ କରାଯିବା ନୀୟମ ମଧ୍ୟ ରହିଛି । ପୋଲିସ ଉପସ୍ଥିତିରେ କ୍ୱାରୀର ଚାରିପଟେ ନାଲି ପତାକା ପୋତିବା ସହ ହାତରେ ନାଲି ବାନା ଧରି ସଚେତନ କରିବାର ନୀୟମ ଥିଲେ ସୁଦ୍ଧା ଏହା ପାଳନ ହେଉନାହିଁ ।

୩ ଦଶନ୍ଧି ଧରି ଜିଲ୍ଲାର ଚାନ୍ଦିଲି, ରାୟଗଡା, ଗୁଣପୁର, ପଦ୍ମପୁର, ବିଷମକଟକ, କାଶୀପୁର ଆଦି ଥାନା ଅଧୀନରେ ବେଧଡକ ବିିସ୍ଫୋରଣ କରି ବଡ ବଡ ପାହାଡକୁ ଧରାଶାୟୀ କରିଚାଲିଛନ୍ତି ମାଫିଆ । ବିିସ୍ଫୋରଣର ଠିକ ତଥ୍ୟ ରଖିବା ସହ କେତେ ବିିସ୍ଫୋରକ ଅଫୁଟା ରହିଛି ତାର ହିସାବ ରହୁନଥିବା କାରଣରୁ ପରବର୍ତ୍ତୀ ସମୟରେ ବିିସ୍ଫୋରଣ ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଛି । କିଛିଦିନ ତଳେ ଚାନ୍ଦିଲି ଥାନା ଗୁଆକଣା ପଥର କ୍ୱାରୀ ନିକଟରେ ଦୁଇଜଣ ଗାଇଚରାଳି ଛୋଟ ଛୋଟ ଶିଶୁ ପଡିଥିବା ଜିଲୋଟିନ ସଂସ୍ପର୍ଷରେ ଆସିଥିଯିବାରୁ ବିସ୍ଫୋରଣ ଘଟିଥିଲା । ଜଣଙ୍କ ଆଖି ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ହାତ ନଷ୍ଟ ହୋଇଯାଇଛି । ଏହି ମାମଲାରେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନଥିବା କହି ମାମଲାକୁ ସେଇଠି ଛାଡିଦେଲା ପୋଲିସ । ଏପରିକି ଏହି ଜିଲେଟିନ କେଉଁଠୁ ଆସିଲା ତାହାର ତର୍ଜମ ମଧ୍ୟ କଲାନାହିଁ । ରାଜସ୍ୱ ପାଇବା ଆଶାରେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନୀରବରେ ବସିରହିଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ବାଜି ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ