Masthead

ନକଲି ଚେକ୍ ଦେଇ ଲୁଟିଲେ ଟଙ୍କା, ସୁନା

ଟାଙ୍ଗୀ, (ବଡ଼ ଖବର ବ୍ୟୁରୋ): ଲୁଟର ନୂଆ ଫର୍ମୁଲା। ନକଲି ଚେକ୍ ଦେଇ ଅସଲି ଟଙ୍କା ଲୁଟ୍ କରିଛନ୍ତି ଲୁଟେରା। ନକଲି ବ୍ୟାଙ୍କ ଚେକ ଦେଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଫନି ଘର ଭଙ୍ଗା ବାବଦ ତୁମର ୩ଲକ୍ଷ ୨୦ ହଜାର ଟଙ୍କା ଆସିଛି। ମୋତେ ଟଙ୍କା ଦିଅ, ମୁଁ ତୁମକୁ ଚେକ୍ ଦେବି। ତୁମେ ବ୍ୟାଙ୍କରୁ ଟଙ୍କା ଉଠାଇବ। ଏଭଳି ଅଭିନବ ଉପାୟରେ ଲୁଟ୍ କରିଛନ୍ତି ଲୁଟେରା। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆ ପଞ୍ଚାୟତ କପିଳେଶ୍ୱରପୁର ଗ୍ରାମରେ। ୨୦ ତାରିଖରେ ଗ୍ରାମର ସଞ୍ଜୁ ସାହୁଙ୍କ ଘରେ ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ପହଞ୍ଚିଥିଲେ ଜଣେ ଯୁବକ। କହିଥିଲେ, ତୁମର ୩ ଲକ୍ଷ ୨୦ ହଜାର ଟଙ୍କା ଆସିଛି, ତୁମକୁ ଚେକ୍ ଦେବି ତୁମେ ଟଙ୍କା ଉଠେଇବ। ପ୍ରତିବଦଳରେ ୨୪ହଜାର ଟଙ୍କା ଦାବି କରିଥିଲେ ଯୁବକ ଜଣକ। ସଞ୍ଜୁ ଅଧିକ ଟଙ୍କା ପାଇବା ଲୋଭରେ ୩ ହଜାର ଟଙ୍କା, କାନଫୁଲ ଓ ପେଣ୍ଡି ଦେଇ ଯୁବକଙ୍କଠାରୁ ଚେକ୍ ରଖିଥିଲେ। ଟଙ୍କା ଓ ସୁନାଗହଣା ନେଇ ଯୁବକଜଣକ ଫେରାର ହୋଇଯାଇଥିଲେ। ସଞ୍ଜୁ ବ୍ୟାଙ୍କକୁ ଯାଇ ଜାଣିବାକୁ ପାଇଥିଲେ ଯେ ଚେକଟି ନକଲି। ଏ ସମ୍ପର୍କରେ ସଞ୍ଜୁ ନିରାକାରପୁର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ବଡ଼ପୋଖରୀଆ ପଞ୍ଚାୟତ କଣ୍ଠପୁର ଗ୍ରାମର ରେବତୀ ପଲେଇଙ୍କଠାରୁ ମଧ୍ୟ ସମାନ ଢଙ୍ଗରେ ଟଙ୍କା ଓ ସୁନା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା