ଭଗବାନଙ୍କୁ ବି ଛାଡ଼ିଲେନି

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ତାରିଣୀ ମନ୍ଦିର ଓ ଶିବ ମନ୍ଦିରରୁ ଚୋରି। ତାରିଣୀ ମା’ଙ୍କ ମୂର୍ତ୍ତି ଅଳଙ୍କାର ସମେତ ଶିବ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା କାନପୁର ତାରିଣୀ ମନ୍ଦିରରେ । ମନ୍ଦିରରୁ ଦୁବୃର୍ତ୍ତମାନେ ସାତଟି ତାଲା ଭାଙ୍ଗି ମା’ଙ୍କ ହୁଣ୍ଡି ବାକ୍ସ , ସୁନା ରୂପା ଅଳଙ୍କାର ସେମେତ ମା’ଙ୍କ ମୁର୍ତ୍ତିକୁ ଚୋରି କରିନେଇ ଯାଇଛନ୍ତି ।

ସେହିଭଳି ଦାରୁହା ଗ୍ରାମରେ ଥିବା ମହାଦେବ ମନ୍ଦିରରୁ ମଧ୍ୟ ଚୋରି କରିଛନ୍ତି ଦୁବୃର୍ତ୍ତ । ବାବାଙ୍କ ପିତ୍ତଳ ତ୍ରିଶୁଳ ସମେତ ସୁନାରୂପା ପାଦୁକା, ତମ୍ବା ସାପ, ଘଣ୍ଟି, ମାଇକ ମେସିନ ବାସନ ବିଭିନ୍ନ ସାମଗ୍ରୀ ଚୋରି କରିଛନ୍ତି। ଦୁଇଟି ସ୍ଥାନରେ କମର୍ଦ୍ଦା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’