Masthead

ନକଲି ନୋଟ ଛପା ରାକେଟର ପର୍ଦ୍ଦାଫାଶ, ୨ ଗିରଫ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):ବଲାଙ୍ଗିରରେ ଘରେ ଚାଲିଥିଲା ନକଲି ନୋଟ ଛପା। ଅଭିଯୋଗ ପରେ ଚଢାଉ କରି ଦୁଇ ଜଣଙ୍କୁ ଧରିବା ସହ ଲକ୍ଷାଧିକ ନକଲି ନୋଟ ଜବତ କଲା ପୋଲିସ। ତା ସହ ନୋଟ ଛାପିବା ପାଇଁ ବ୍ୟବହୃତ ପ୍ରିଣ୍ଟର, କମ୍ପ୍ୟୁଟର, ପେପର ଆଦିକୁ ଜବତ କରିଛି ପୋଲିସ । ବଲାଙ୍ଗିର ପାଟଣାଗଡ଼ ଥାନା ଭଇଁସା ଗାଁରୁ ପୁଳାପୁଳା ନକଲି ନୋଟ ଜବତ ହୋଇଛି। ୧ ଲକ୍ଷ ୩୭ ହଜାର ୫୦୦ ଟଙ୍କିଆ ନକଳି ନୋଟ ଜବତ ହେବା ସହ ଦୁଇ ଜଣ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତ ୨୨ ତାରିଖରେ ଭଇଁସା ଗାଁରେ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ ୫୦୦ ଟଙ୍କିଆ ନକଲି ନୋଟ ଗୋଟିଏ ଦୋକାନକୁ ଆସିଥିଲା।

ଏନେଇ ଗାଁର ସରପଞ୍ଚ ନୋଟକୁ ଦେଖି ନକଲି ନୋଟ ହୋଇଥିବା ସନ୍ଦେହ କରି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ଗାଁରେ ପହଞ୍ଚି ବରୁଣ ପାନୁଅନ ଘରେ ଚଢାଉ କରି ଥିଲେ। ପୋଲିସ୍ ୨୭୪ ଟି ନକଲି ୫୦୦ ଟଙ୍କିଆ ନୋଟ, କମ୍ପୁଟର , ପ୍ରିଣ୍ଟର , ନକଲି ନୋଟ ପାଇ ବ୍ୟବହାର କରୁଥିବା ପେପର ଓ ବ୍ୟବହୃତ କାଲି ଇତ୍ୟାଦି ପୋଲିସ୍ ଜବତ କରିଛି। ଘଟଣାର ଅଧିକ ତଦନ୍ତ କରିବା ପରେ ଦେଓଗା ଥାନା ବୁଡାବାହଲ ଗାଁର ଆଉ ଜଣେ ଅଭିଯୁକ୍ତ ରୋହିତ ବସ୍ତିଆକୁ ଗିରଫ କରିଛି ପୋଲିସ୍। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡ଼ିପିଓ ସଦାନନ୍ଦ ପୁଝାରୀ କହିଛନ୍ତି। ତେବେ ଏହି ନକଲି ନୋଟ କାରବାର କେବେଠୁ ଚାଲିଥିଲା ଏବଂ କେଉଁ ଅଞ୍ଚଳ ପର୍ୟ୍ୟନ୍ତ ଏହା ବ୍ୟାପିଥିଲା ତାର ତଦନ୍ତ ଜାରି ରଖିଛି ପୋଲିସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା