Masthead

କିମ୍ବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପରଲୋକରେ କିମ୍ବଦନ୍ତୀ କ୍ରିକେଟର ତଥା ୧୯୮୩ ବିଶ୍ବବିଜୟୀ ଭାରତୀୟ ଦଳର ସଦସ୍ୟ ଅଂଶୁମାନ ଗାଏକ୍ବାଡ଼ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ରକ୍ତ କର୍ଟକ ରୋଗରେ ଆକ୍ରାନ୍ତ ଥିଲେ । ଲଣ୍ଡନର କିଙ୍ଗସ୍ କଲେଜ୍ ହସ୍ପିଟାଲରେ ଚିକିତ୍ସା ପରେ ସେ ଗତ ମାସରେ ବଡ଼ୋଦରା ଫେରି ଆସିଥିଲେ। ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ଏକ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ସୂଚନା ଅନୁସାରେ ୧୯୭୫ରୁ ୧୯୮୭ ମଧ୍ୟରେ ଭାରତ ପାଇଁ ୪୦ ଟେଷ୍ଟ ଓ ୧୫ ଦିନିକିଆ ମ୍ୟାଚ୍ ଖେଳିଥିଲେ ଅଂଶୁମାନ। ଭାରତୀୟ ଦଳର ହେଡକୋଚ୍ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୭ରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ସେ ଜଣେ ରକ୍ଷଣଶୀଳ ବେଟସମେନ ହିସାବରେ ଜଣା ଶୁଣା ଗାଏକୱାଡ୍ ୱେଷ୍ଟ ଇଣ୍ଡିଜର ଦ୍ରୁତ ବୋଲରମାନଙ୍କ ବିପକ୍ଷରେ ମଧ୍ୟ ଖୁବ ସୁନ୍ଦର ବ୍ୟାଟିଂ କରିପାରୁଥିଲେ ।

ସେଥିପାଇଁ ତାଙ୍କୁ ଞଷର ଶକ୍ସରବଗ୍ଧ ଙ୍ଗବକ୍ଷକ୍ଷ କୁହାଯାଉଥିଲା । ଗାଏକୱାଡ୍ ୪୦ଟି ଟେଷ୍ଟ ଖେଳି ୩୦.୦୭ ହାରରେ ୧୯୮୫ ସ୍କୋର କରିଥିଲେ । ସେ ସମୟରେ ଥିବା ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଦ୍ରୁତ ବୋଲର ମାନଙ୍କ ବିରୁଦ୍ଧରେ ଖେଳିଥିବାରୁ ଏହି ପ୍ରଦର୍ଶନକୁ ଖୁବ ଭଲ ବୋଲି କୁହାଯାଏ । ସେ ଟେଷ୍ଟରେ ୨ଟି ଶତକ ସହ ୧୦ଟି ଅର୍ଦ୍ଧ ଶତକ ମଧ୍ୟ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ଥିଲା ୨୦୧ ଯାହା ସେ ପାକିସ୍ଥାନ ବିରୁଦ୍ଧ ଖେଳରେ ୧୯୮୨/୩ରେ ଜଲନ୍ଧର ସହରରେ କରିଥିଲେ । ସେହି ୨୦୧ ରଣ କରିବା ପାଇଁ ସେ କ୍ରିଜରେ ୬୭୧ ମିନିଟ ରହିଥିଲେ । ଗାଏକୱାଡ୍ ୧୯୭୫ ଓ ୧୯୭୯ ବିଶ୍ୱ କପ ଭାରତୀୟ ଦଳରେ ସଦସ୍ୟ ଭାବେ ଖେଳିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି