Masthead

୨୩ ବର୍ଷ ଭିତରେ ଶାସନର ଗୋଲାପୀ ଚିତ୍ର ଦେଖାଇଛନ୍ତି ସରକାର : ସମୀର ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ବିଜେପିର ଅଭିଯୋଗ । ପ୍ରେସମିଟ କରି ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତ ଏ ଯୋଜନାର କ’ଣ ହେବ । ପୂର୍ବରୁ ହୋଇଥିବା ଯୋଜନାର କ’ଣ ହେଲା ତାହା ସମସ୍ତେ ଜାଣନ୍ତି । ଏବେ ସେ ଯୋଜନା ଗୁଡିକର ସ୍ଥିତି କ’ଣ । ଏହାପରେ ଓଡ଼ିଶାକୁ କେଉଁ ନାଁରେ ଚିତ୍ରଣ କରାଯିବ ତାହା ଦେଖିବା ବାକି ରହିଲା । ୨୦୧୯ରେ ଅନେକ ଯୋଜନା ଘୋଷଣା କରିଥିଲେ । ୨୩ ବର୍ଷ ଭିତରେ ଶାସନର ଗୋଲାପୀ ଚିତ୍ର ଦେଖାଇଛନ୍ତି ।

ତଥ୍ୟ, ପରିସଂଖ୍ୟାନ ଓ ଯୋଜନାକୁ ସଂଶୋଧିତ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି । ପୂର୍ବରୁ ଆମ ଗାଆଁ ଆମ ବିକାଶ ଯୋଜନା କରିଥିଲେ । ଏହା ତାହାର ନୂଆ ଭର୍ସନ । ଆମ ଗାଁ ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଗ୍ରାମବାସୀ ଓ ଗ୍ରାମ ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକୁ ସଚିବାଳୟରେ ବସି ଅନୁମୋଦନ କରୁଥିଲେ । ଏବଂ ସପ୍ତାହକୁ ୨ ଦିନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥାପନ କରୁଥିଲେ ।

ହେଲେ ୫୦ ପ୍ରତିଶତରୁ ଅଧିକ କାମ ହୋଇନି । ପିଠା, ବିଜୁ ଗାଁ ଗାଡି, ମୋ ସାଇକେଲ, ଆଦି ଯୋଜନା ଗୁଡ଼ିକ ଯୋଜନା ଭିତରେ ସୀମିତ ଅଛି ନା କିଛି ହୋଇଛି । ଏ ହେଉଛି ମୌଳିକ ପ୍ରଶ୍ନ । ଆମ ଓଡ଼ିଶା ନବୀନ ଓଡ଼ିଶା ଆମ ଗାଁ ଆମ ବିକାଶ ଯୋଜନାର ନୂଆ ଭର୍ସନ ବୋଲି କହିଲା ବିଜେପି । ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି ସଂଗ୍ରହର ମାଧ୍ୟମ ଏହି ଯୋଜନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ