Masthead

ପୁଣି ଚାଷୀଙ୍କ ରଣହୁଙ୍କାର, ୧୦ରେ ରେଳରୋକ ଆନ୍ଦୋଳନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଞ୍ଜାବ-ହରିୟାଣା ସୀମାରେ ଧାରଣା ଦେଇଥିବା ଚାଷୀ ପୁଣିଥରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇ ନାହିଁ । କି ଦାବି ପୂରଣ କରିବା ନେଇ କୌଣସି ପଦକ୍ଷେପ ନେଇ ନାହାନାହାନ୍ତି । ଯାହାକୁ ନେଇ ପୁଣି ତାତିଛନ୍ତି ଚାଷୀ । ଆସନ୍ତା ୬ ତାରିଖରେ ଦିଲ୍ଲୀରେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ଦେଶର ପ୍ରତ୍ୟେକ ଭାଗରୁ ଚାଷୀମାନେ ‘ଦିଲ୍ଲୀ ଚଲୋ’ ଅଭିଯାନରେ ସାମିଲ ହୋଇ ଏହି ଦିନ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ସଂଗଠନ ନେତା ଜଗଜିତ୍‌ ସିଂ ଦାଲେୱାଲ କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖୀ ବର୍ତ୍ତମାନ ପଞ୍ଜାବ ସୀମାରେ ଆହୁରି ଅଧିକ ସଂଖ୍ୟକ ଚାଷୀଙ୍କୁ ଏକାଠି ହେବାକୁ କୁହାଯାଇଥିବା ସେ କହିଛନ୍ତି। ମାର୍ଚ୍ଚ ୬ରେ ଦିଲ୍ଲୀ ଚଲୋ ଅଭିଯାନ ବ୍ୟତୀତ ୧୦ ତାରିଖରେ ସାରା ଦେଶରେ ରେଳ ରୋକ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ଦାଲେୱାଲ କହିଛନ୍ତି। ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଦେଶର ସମସ୍ତ ଭାଗରେ ଚାଷୀମାନେ ରେଳ ରୋକୋ ଆନ୍ଦୋଳନରେ ସାମିଲ ହେବେ। ୬ରେ ଦିଲ୍ଲୀ ଅଭିଯାନ ପାଇଁ ରେଳ, ବସ୍‌ ଏବଂ ଟ୍ରାକ୍ଟରରେ ବିଭିନ୍ନ ସ୍ଥାନରୁ ଆସି ଚାଷୀମାନେ ଦିଲ୍ଲୀ ସୀମାରେ ଏକାଠି ହେବେ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ