Before Header

ଲାଞ୍ଚ ଦିଅ ଫାଇଦା ନିଅ

0 2,099

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ପଦ୍ମପୁର ଉପଖଣ୍ତର ଜଗଦଲପୁର ପଞ୍ଚାୟତ ଏକ ଉପାନ୍ତ ଅଞ୍ଚଳ ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଜଗଦଲପୁର ପଞ୍ଚାୟତର ଚାଷୀଙ୍କ ଫସଲ। କରୋନା ଯୋଗୁ ଦୋହଲି ଯାଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ତ। ଏପରି ସ୍ଥିତିରେ କ୍ରପ୍ କଟିଂ ରିପୋର୍ଟ ପ୍ରଦାନ ପାଇଁ ଜଗଦଲପୁର ପଞ୍ଚାୟତର ଚାଷୀଙ୍କଠାରୁ ଝାରବନ୍ଧ ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ ୫ଲକ୍ଷ ଟଙ୍କା ଦାବୀ କରୁଥିବା ଅଭିଯୋଗ ଆସିଛି। ତାଙ୍କ ସହିତ ଇନ୍ସୁରାନ୍ସ କଂପାନୀର କର୍ମଚାରୀ ମଧ୍ୟ ସାମିଲ ଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ଚାଷୀ ।

ଜଗଦଲପୁର ପଞ୍ଚାୟତର ମୋଟ ୧୨ଟି ପ୍ଲଟର କ୍ରପ କଟିଂ ପାଇଁ ଆଦେଶ ରହିଥିବାର କହିଛନ୍ତି କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ। ତାଙ୍କୁ ଚଳିତ ମାସ ୨ତାରିଖରେ ନୋଟିସ ଆସିଛି ଓ ଚାଷୀମାନଙ୍କୁ କ୍ରପ କଟିଂର ଆଗୁଆ ସୂଚନା ନ ଦେଇ ୧୨ତାରିଖରେ ଇନ୍ସୁରାନ୍ସ କଂପାନୀ କର୍ମଚାରୀଙ୍କ ସହିତ ଜଗଦଲପୁର ପଞ୍ଚାୟତର ପୁଟୁକା ଗ୍ର।ମକୁ ଯାଇଥିିଲେ। ନିଜେ ନେଇଥିବା ସରକାରୀ ଜିପିଏସ୍ ଫଟୋ ଦସ୍ତାବିଜ ଅନୁସାରେ, ସେଠାରେ ଧାନ ବଦଳରେ ଶାଗ, ମୂଳା, ଚାଷ ହୋଇଛି। ଜିପିଏସ୍ ପ୍ଲଟ ସହିତ ଧାନଚାଷ ହୋଇଥିବା ପ୍ଲଟର ତାଳମେଳ ନ ଥିବା ଚାଷୀମାନେ କହିଛନ୍ତ। ଅଧିକାରୀ ଅନ୍ୟ ପ୍ଲଟରୁ ଧାନ କଟା ହେବ କହି ଟାଳଟୁଲ ନୀତି ଅବଲମ୍ବନ କରି ପୁଟୁକାରୁ ଧାନ କାଟି ନଥିବା ଚାଷୀମାନେ କହିଛନ୍ତି ।

ଜଗଦଲପୁର ପଞ୍ଚାୟତର ବଡ ମହୁଲପାଲି ଗାଁରେ ମଧ୍ୟ ସମାନ ଅବସ୍ଥା। ପୂର୍ବରୁ ସୂଚନା ନ ଦେଇ ହଠାତ ୧୩ ନଭେମ୍ବରରେ ପହଞ୍ଚି ବଡ ମହୁଲପାଲି ଗାଁର ପ୍ଲଟ ନ.୩୫, ଖାତା ନ. ୧୬ର ଧାନ କିଆରିର ଧାନ କାଟିବା ପାଇଁ ପହଞ୍ଚି ଗଲେ। କିଆରିର ଗୋଟିଏ କୋଣର ଧାନ କଟା ହୋଇଥିବାରୁ ଧାନକୁ କାଟି ଓଜନ କରିବା ପାଇଁ ମନା କରି ଦେଇଥିଲେ କୃଷି ଅଧିକାରୀ ଓ ଇନ୍ସୁରାନ୍ସ କଂପାନୀର କର୍ମଚାରୀ। ପଞ୍ଚାୟତର ଚାଷୀମାନେ ମିଶି ୫ଲକ୍ଷ ଟଙ୍କା ଦେଲେ ଧାନ କ।ଟି ଠିକରେ ଓଜନ କରିବେ ବୋଲି କହିଥିବା ଅଭିଯୋଗ କରିଛନ୍ତି ଜଗଦଲପୁର ପଞ୍ଚାୟତର ଚାଷୀମାନେ । ପଞ୍ଚାୟତର କିଛି କୃଷକ ସାଥୀ ଚାଷୀମାନଙ୍କ ହିତରେ କାମ ନ କରି ଅଧିକାରୀମାନଙ୍କ ଦୂର୍ନୀତିର ଢାଳ ସାଜୁଥିବା ମଧ୍ୟ ଅଭିଯୋଗ ହେଉଛି । ଅନ୍ୟପଟେ ଚାଷୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ । ତାଙ୍କୁ ବଦନାମ କରିବା ପାଇଁ ଷଢଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.