Masthead

ସଫେଇ କର୍ମଚାରୀଙ୍କ ଧାରଣା

ଟିଟିଲାଗଡ (ବଡ଼ ଖବର ବ୍ୟୁରୋ): ଟିଟଲାଗଡ଼ ସହରର ପରିମଳ ବ୍ୟବସ୍ଥା ପାଇଁ ପୈାରପରିଷଦ ତରଫରୁ ୯ ଜଣ ସ୍ଥାୟୀ କର୍ମଚାରୀ ଏବଂ ୧୦୪ ଜଣ ଅସ୍ଥାୟୀ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ । ନୂତନ ଉପଜିଲ୍ଲାପାଳ ତଥା ପୈାରନିର୍ଵାହୀ ଅଧିକାରୀ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଦାୟିତ୍ତ୍ୱ ଗ୍ରହଣ କରିବାର କିଛି ଦିନ ପରେ ସମସ୍ତ କର୍ମଚାରୀଙ୍କୁ ଡାକି ଚୁକ୍ତିଭିତ୍ତିକ ତଥା ଠିକାରେ କାମ କରିବାକୁ କହିଥିଲେ । ଏହାଶୁଣି ସମସ୍ତ କର୍ମଚାରୀ ମାନେ କାମ କରିବାକୁ ମନା କରିବା ସହ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ। କିଛି ଦିନ ପରେ ବ୍ରହ୍ମପୁରରୁ ୧୮ଜଣ କର୍ମଚାରୀଙ୍କୁ ଆଣି ସଫେଇ କରୁଥିବା ଖବର ପାଇ ସମସ୍ତେ ସେମାନେ ରହୁଥିବା ସ୍ଥାନକୁ ଯାଇ ସେହି ଶ୍ରମିକ ମାନଙ୍କୁ କାମ ନ କରିବାକୁ କହିବା ସହ ପୈାରପରିଷଦ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଆଜିକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍ ସମାଧାନର ବାଟ ଫିଟିନାହିଁ। ପୌରନିର୍ବାହୀ ଅଧିକାରୀ ସେମାନଙ୍କୁ ବୁଝାସୁଝା କଲେ ମଧ୍ୟ କର୍ମଚାରୀମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି । ଠିକାରେ କାର୍ଯ୍ୟ ନକରି ପୂର୍ବପରି ସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ କର୍ମଚାରୀମାନେ ଦାବି କରିଛନ୍ତି । ସେମାନଙ୍କର ଦାବି ଅନୁଯାୟୀ, ଠିକା ହିସାବରେ କାର୍ଯ୍ୟ କଲେ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହେବୁ ଏହା ସହିତ ଆମର ଦାବି ସରକାର ପୁରଣ କରିବା ସହିତ ଟେଣ୍ଡରକୁ ବାତିଲ କରିବା ପାଇଁ ଦାବୀ କରିଛନ୍ତି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ଟିଟଲାଗଡ଼ର ପରିମଳ ବ୍ୟବସ୍ଥା କିପରି ଥିବ ତାହା ଏଥିରୁ ସିଧାସଳଖ ବାରି ହୋଇପଡ଼ୁଛି। ସବୁଠାରୁ ବଡ଼ କଥା ହେଉଛ. ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ଏହି ମାଟିର ସନ୍ତାନ ତଥା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ମହୋଦୟଙ୍କ ସହରର ଏ ପ୍ରକାର ସ୍ଥିତିକୁ ନେଇ ସଧାରଣରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା