Masthead

ଚାଷୀ ପାଳୁଛନ୍ତି ସଦଭାବନା ଦିବସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଚାଷୀ ପାଳନ କରୁଛନ୍ତି ସଦଭାବନା ଦିବସ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଉପବାସ ରହି ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଇଛନ୍ତି ଚାଷୀ ସଂଗଠନ । ଏହି ଆନ୍ଦୋଳନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସାରାଦେଶରେ ଚାଷୀ ପାଳନ କରୁଛନ୍ତି ସଦଭାବନା ଦିବସ । ସକାଳ ୫ରୁ ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୫ପର୍ଯ୍ୟନ୍ତ ଚାଲିବ ଏହି ଆନ୍ଦୋଳନ । କୃଷି ଆଇନ ପ୍ରତ୍ୟାହାର ଦାବିକୁ ଜୋରଦାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ ।

ସେପଟେ ସିଙ୍ଘୁ ସୀମାରେ ଗତକାଲି ସ୍ଥାନୀୟ ଲୋକ ଓ ଚାଷୀଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ବାସିନ୍ଦା ଭିକ୍ଷୋବ କରିଥିଲେ । ଫଳରେ ଏହି ହିଂସାକାଣ୍ଡ ହୋଇଥିଲା । ତେବେ ସିଙ୍ଘୁ ବର୍ଡରେ ପୋଲିସ ଉପରକୁ ଖଣ୍ଡାରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଛି । ଜାନୁଆରୀ ୨୬ ଟ୍ରାକ୍ଟର ରାଲିରେ ଲାଲକିଲ୍ଲାରେ କୃଷକମାନେ ହିଂସାକାଣ୍ଡ ଘଟାଇଥିଲେ । ଏହାପରେ କୃଷକ ଆନ୍ଦୋଳନ ଦୁର୍ବଳ ହୋଇ ପଡିଥିଲା । ଅନେକ ସଙ୍ଗଠନ ମଧ୍ୟ ଆନ୍ଦୋଳନରୁ ଓହରିଯାଇଥିଲେ ।

ରାକେଶ ଟିକୈତଙ୍କ ଭାଷଣ ପରେ ଆନ୍ଦୋଳନ ପୁଣି ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଏହାମଧ୍ୟରେ ଶୁକ୍ରବାର ମୁଜାଫରନଗରରେ କୃଷକମାନେ ମହାପଞ୍ଚାୟତ ଆୟୋଜନ କରିଥିଲେ । ଏଥିରେ ମୁଜାଫରନଗର ଓ ପଶ୍ଚିମ ୟୁପିର ଅନ୍ୟ ଜିଲ୍ଲାରେ ଶନିବାର ଦିଲ୍ଲୀ ଆଡେ ରାଲି ବାହାରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମହାପଞ୍ଚାୟତରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ ଓ ଆପ୍ ନେତା ସଞ୍ଜୟ ସିଂ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା