Masthead

ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବବଧୂର ମୃତ୍ୟୁ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ଡାକ୍ତରଙ୍କ ଖାମଖିଆଲ ଚିକିତ୍ସା ପାଇଁ ନବବଧୁର ମୃତ୍ୟୁ ଅଭିଯୋଗ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସେପଟେ ଏହି ଘଟଣାକୁ ନେଇ ମୃତ ପରିବାର ଡାକ୍ତରଙ୍କ ଭୁଲ ଥିବା ନେଇ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଡାକ୍ତର। ଚିକିତ୍ସା ଅବହେଳା ନେଲା ନବବଧୂର ଜୀବନ । ଡାକ୍ତରଙ୍କ ଖାମଖିଆଲ ଚିକିତ୍ସା ପାଇଁ ନବବଧୁର ମୃତ୍ୟୁ ଅଭିଯୋଗ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା। ଉତ୍ୟକ୍ତ ଲୋକମାନଙ୍କ ଦ୍ୱାରା ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଫାଟକ ଆଗ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ।

ସୂଚନା ଅନୁଯାୟୀ ତିର୍ତ୍ତୋଲ ଥାନା ମଣିଜଙ୍ଗା ଗ୍ରାମର ଟୁକୁଲା ଦାସ ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କ ଦେହ ଖରାପ ହେବାରୁ ଗତ ତିନିଦିନ ଧରି ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିଲେ। ଗତ କାଲି ଚିକିତ୍ସା ସମୟରେ ଟୁକୁଲା ଙ୍କ ପତ୍ନୀ ଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଭୁଲ ଚିକିତ୍ସା ପାଈଁ ତାଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ପରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଫାଟକ ଆଗ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ କରିଥିଲେ।

ପ୍ରାୟ ଚାରି ଘଣ୍ଟା ରୁ ଉର୍ଦ୍ଧ ସମୟ ପର୍ୟ୍ୟନ୍ତ ଅବରୋଧ ପରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ, ତିର୍ତ୍ତୋଲ ଥାନ ଅଧିକାରୀ ଙ୍କ ସହ ତହସିଲଦାର ଏବଂ ବ୍ଲକ ଅଧକ୍ଷ ଉପସ୍ଥିତ ସ୍ଥାନୀୟ ଲୋକ ଏବଂ ମୃତ ପରିବାର ଙ୍କ ସହ କଥା ହୋଇଥିଲେ। ତେବେ ଲିଖିତ ଭାବେ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ଅଭିଯୋଗ କୁ ଗ୍ରହଣ କରିବା ସହ ଯଥାଶୀଘ୍ର ମୃତ ପରିବାରକୁ ନ୍ୟାୟ ଦିଆଯିବା ବୋଲି ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।ଏହି ଘଟଣା କୁ ନେଇ ମୃତ ପରିବାର ଡାକ୍ତରଙ୍କ ଭୁଲ ଥିବାନେଇ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଡାକ୍ତର।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି