Masthead

‘ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିନ୍ଦୁ ବିବାହ ନାଚ-ଗୀତ, ମଦ୍ୟପାନ, ଖାଇବା ପିଇବା କିମ୍ବା ଟଙ୍କା-ଉପହାର ଦେଣନେଣର ଏକ କାର୍ୟ୍ୟକ୍ରମ ନୁହେଁ । ହିନ୍ଦୁ ବିବାହ ଅଧୁନିୟମ ଅନୁସାରେ ହିନ୍ଦୁ ରୀତିନୀତି ବିନା ଏପରି କାର୍ୟ୍ୟକ୍ରମକୁ ବିବାହ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍ ଅଗଷ୍ଟାଇନ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି, ହିନ୍ଦୁ ବିବାହ ଏକ ସଂସ୍କାର, ଯାହାକୁ ଭାରତୀୟ ସମାଜରେ ବହୁମୂଲ୍ୟ ସଂସ୍ଥା ଭାବେ ମାନ୍ୟତା ମିଳିବା ଉଚିତ। ତେଣୁ ଏ କ୍ଷେତ୍ରରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର । ରୀତିନୀତି ଓ ପରମ୍ପରା ପାଳନ ନକଲେ ପଞ୍ଜିକରଣ କରିଥିଲେ ମଧ୍ୟ ବିବାହକୁ ବୈଧ କୁହାଯାଇ ପାରିବନି ।

ଏକ ମାମଲାରେ ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୂଚନା ଅନୁଯାୟୀ, ଦୁଇଜଣ ବ୍ୟବସାୟିକ ପାଇଲଟଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଷ୍ଟିସ ବି.ଭି ନାଗରତ୍ନା ଓ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଉଭୟ ପାଇଲଟଙ୍କ ମ୍ୟାରେଜ ହିନ୍ଦୁ ରୀତିନୀତି ଅନୁସାରେ ହୋଇନଥିଲା । ଭାରତୀୟ ସମାଜରେ ରୀତିନୀତି ଓ ପରମ୍ପରା ଅନୁସାରେ ହୋଇଥିବା ବିବାହକୁ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଦେବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଦୁଇ ପ୍ରଶିକ୍ଷିତ କମର୍ଶିଆଲ ପାଇଲଟ ବୈଧ ହିନ୍ଦୁ ବିବାହ ସମାରୋହ ବିନା ତଲାକର ଡିଗ୍ରୀ ଦାବି କରିଥିଲେ ।

ବେଞ୍ଚ କହିଥିଲେ, ବିବାହ ‘ଗାଇବା ଓ ନାଚିବା, ‘ମଦ ପିଇବା ଓ ଖାଇବା’ର ଆୟୋଜନ କରିବା ବା ଅନୁଚିତ ଭାବେ ଚାପ ପକାଇ ଯୌତୁକ ଓ ଉପହାର ଦାବି କରିବାର ସୁଯୋଗ ନୁହେଁ । ଏପରି କରିବା ପରେ ଅପରାଧିକ କାର୍ଯ୍ୟ ଆରମ୍ଭ ହୋଇପାରେ । ବିବାହ ଏକ କମର୍ଶିଆଲ ଟ୍ରାଞ୍ଜାକ୍ସନ ନୁହେଁ । ଏହା ଏକ ଗମ୍ଭୀର ସାମାଜିକ କାର୍ୟ୍ୟକ୍ରମ, ଯେଉଁଥିରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୁଏ । ଭବିଷ୍ୟତରେ ଗୋଟିଏ ଭଲ ପରିବାର ପାଇଁ ସେମାନେ ପତି ଓ ପତ୍ନୀର ମାନ୍ୟତା ପାଇଥାନ୍ତି । ହିନ୍ଦୁ ବିବାହ ପ୍ରଜନନର ସୁବିଧା ପ୍ରଦାନ କରିଥାଏ । ଏହା ପାରିବାରିକ ସମ୍ପର୍କକୁ ମଜବୁତ କରିବା ସହିତ ବିଭିନ୍ନ ସମୁଦାୟ ମଧ୍ୟରେ ଭାଇଚାରାର ଭାବନାକୁ ଦୃଢ଼ କରିଥାଏ । ୧୯୫୫ ମସିହା ମେ ୧୫ରେ ଅଧିନିୟମ ଲାଗୁ ହେବା ପରେ ହିନ୍ଦୁଙ୍କ ମଧ୍ୟରେ ବିବାହ ସମ୍ବନ୍ଧିତ ନିୟମକୁ ଆଇନର ମାନ୍ୟତା ମିଳିଥିଲା । ସେଥିରେ କେବଳ ହିନ୍ଦୁ ସାମିଲ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ