Masthead

ରାସ୍ତାରେ ଚାଷୀ

କୁଚିଣ୍ଡା(ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ରାସ୍ତାରୋକ । ରାଜ୍ୟ ସରକାର ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ଟୋକନ ବ୍ୟବସ୍ଥା କରିଛନ୍ତି । ଏହି ଟୋକନ ବ୍ୟବସ୍ଥାରେ ଛନ୍ଦି ହୋଇଛନ୍ତି ଚାଷୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସାଲେଭାଡି ଧାନକିଣା ହୋଇଥିବାରୁ ପରବର୍ତ୍ତୀ ମଣ୍ଡି ଆସନ୍ତା ଶନିବାର ବସିବ । ଧାନ ଟୋକନ ଧାର୍ଯ୍ୟ ତାରିଖରୁ ୧ ମାସ ଅବଧି ପରେ ଲ୍ୟାପସ ହୋଇଥାଏ । ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ଅଛି, ଧାନ ବିକ୍ରି ନେଇ ଅନିଶ୍ଚତତା ଦେଖାଦେଉଛି । ଚାଷୀମାନେ ଆନ୍ଦୋଳନ କରି କୁଚିଣ୍ଡା ଗୁଦଗୁଦା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ କୁସୁମୀ ଫାଣ୍ଡି ଅଧିକାରୀ ଓ ସମବାୟ ସମିତି ଶାଖା ପରିଚାଳକ ପହଁଚି ଚାଷୀଙ୍କୁ ବୁଝାସୁଝା କରିଥିଲେ । ଅବଧି ଶେଷ ହୋଇଥିବା ଚାଷୀଙ୍କ ଧାନ କିଣିବା ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନରୁ ଓହରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!