Masthead

ହାତୀ ବଞ୍ଚାଇବାକୁ ଯାଇ ବୁଡ଼ିଲା ବୋଟ୍

କଟକ(ବଡ଼ ଖବର ବ୍ୟୁରୋ): ଚାଲିଥିଲା ଅପରେସନ ହାତୀ । ମହାନଦୀ ମୁଣ୍ଡଳୀ ବ୍ୟାରେଜ୍ ନିକଟରେ ପ୍ରଖର ସ୍ରୋତରେ ଫସି ଯାଇଥିବା ଦନ୍ତାହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ଓଲଟିପଡ଼ିଛି । ଯେଉଁଥିରେ ୭ ଜଣ ଲୋକ ଥିବା ଅନୁମାନ କରାଯାଉଛି । ଏଥିରେ ୨ଜଣ ଗଣମାଧ୍ୟମର ପ୍ରତିନିଧି ଥିଲେ । ଉକ୍ତ ୨ ଗଣମାଧ୍ୟମ ପ୍ରତିନିଧି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଏବଂ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାସ୍ତରିତ କରାଯାଇଛି ।

ଏହାସହ ଓଡ୍ରାଫ ଟିମର ଅନେକ ସଦସ୍ୟ ଉଦ୍ଧାର ହୋଇଛନ୍ତି । ନଦୀର ପ୍ରଖର ସ୍ରୋତରେ ଓଡ୍ରାଫ୍ ଟିମର ବୋଟ୍ ଟି ଭାସି ଯାଇଥିବା ଅନୁମାନ କରାଯାଉଛି । ରବର ବୋଟରେ ହାତୀକୁ ଉଦ୍ଧାର କରିବାକୁ ମହାନଦୀ ଭିତରକୁ ଯାଇଥିବା ବେଳେ ବୋଟ୍ ଟି ଓଲଟିପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼