Masthead

ଫେରୋ ଆଲୋଏଜ ଜନ ଶୁଣାଣୀ,ସର୍ତ୍ତ ରଖି ସମର୍ଥନ କଲେ ଅଞ୍ଚଳବାସୀ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ):  ଫେରୋ ଆଲୋଏଜ କର୍ପୋରେସନ ଲିମିଟେଡ଼ର ଜନ ଶୁଣାଣିକୁ ସର୍ତ୍ତରଖି ମିଳିଛି ସମର୍ଥନ । ସୁକିନ୍ଦା ତହସିଲ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମ ସ୍ଥିତ ୬.୧୬ ଏକର ଅଂଚଳ, କିସମ-ଗୋଚର, ଓସ୍ତପାଳ କ୍ରୋମାଇଟ ମେସର୍ସ ଫେରୋ ଆଲୋଏଜ କର୍ପୋରେସନ ଲିମିଟେଡ଼ର ଖଣିରୁ ଖଣିଜରୁ ୭୨.୮୪୩ ହେକ୍ଟର ଜମିରେ ପ୍ରସ୍ତାବିତ ବାର୍ଷିକ ୧.୫ଲକ୍ଷ ଟନକୁ ବୃଦ୍ଧିକରି ସର୍ବୋଚ୍ଚ ବାର୍ଷିକ ୨.୫ ନିୟୁତ ଟନ ଖନନ କରିବା । ଏହା ସହିତ ଏକ ନୂତନ କ୍ରସର ଏବଂ ସିଓବି ପ୍ରକଳ୍ପ ପ୍ରତିଷ୍ଠା କରି ୦.୮ଏମଟିପିଏକୁ ବୃଦ୍ଧି କରିବା ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଗୁରୁଜଙ୍ଗ ଗ୍ରାମଠାରେ ଅନୁଷ୍ଠିତ ହୋଇଥିଲା ।ଏହି ଜନ ଶୁଣାଣୀ କଳିଙ୍ଗନଗର ଏଡିଏମ ନବକୃଷ୍ଣ ଜେନା ଓ କଳିଙ୍ଗନଗର ଆଂଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ଜନସାଧାରଣ, ଜନ ପ୍ରତିନିଧ ଏବଂ କାରଖାନା କର୍ତ୍ତୃପକ୍ଷ ନିଜ ମତାମତ ରଖିଥିଲେ । ଓସ୍ତପାଳ କ୍ରୋମାଇଟ ମେସର୍ସ ଫେରୋ ଆଲୋଏଜର ପ୍ରୋଜେକ୍ଟ ଅଧିକାରୀ ସୁଶାନ୍ତ କୁମାର ବିଶ୍ଵାଳ କାରଖାନା ସମ୍ବଦ୍ଧୀୟ ବିବରଣୀ ପାଠ କରିଥିଲେ ।

ଏହି ଜନ ଶୁଣାଣିରେ ୭୦ ଜଣ ସ୍ଥାନୀୟଲୋକ ଭାଗନେଇ ମତ ରଖି କହିଥିଲେ । ସେମାନଙ୍କ ମଧ୍ୟରୁ ୬୫ଜଣ କାରଖାନା ସପକ୍ଷରେ ମତ ରଖୁଥୁବା ବେଳେ ତିନି ଜଣ ବିରୋଧରେ କହିଥିଲେ । ଲୋକମାନେ ସ୍ଥାନୀୟ ନିଯୁକ୍ତି, ସ୍ଥାନୀୟ ଠିକାଦାରଙ୍କୁ କାମ, ପାରିପାର୍ଶ୍ବକ ଉନ୍ନତି, ପରିବେଶ ପ୍ରଦୂଷଣ ରୋକିବା ସହ, ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସର୍ତ ରଖି ସମର୍ଥନ ଦେଇଥିଲେ । ଭୂତଳ ଖଣି ଖନନ ହେବା ଫଳରେ ଜଳର ସ୍ତର ତଳକୁ ହେବା, ଫଳରେ ପ୍ରାକୃତିକ ଝରଣା ଗୁଡ଼ିକ ପ୍ରାୟତଃ ବିଲୁପ୍ତ ହେବାକୁ ବସିଥିବା ବେଳେ ରଗଦା ଡ୍ୟାମରୁ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ । ଖଣିରୁ ବାହାରକୁ ଯାଉଥିବା ପାଣିକୁ ଚାଷ ଜମିରେ ଜଳ ସେଚନ କରି ଖଣି ପାର୍ଶ୍ଵବର୍ତୀ ଗ୍ରାମଗୁଡିକର ଚାଷ ଜମି ଗୁଡିକ ଚାଷ କାର୍ୟ୍ୟ ସଠିକ୍ ଭାବରେ ହୋଇପାରିବ ବୋଲି ମଧ୍ୟ ସର୍ତ ରଖାଯାଇଥିଲା। ଶୁଣାଣିରେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, କଳିଙ୍ଗନଗର ଅତିରିକ୍ତ ଏସପି ଏସ. ଟୋପ, କଳିଆପାଣି ଥାନା ଅଧିକାରୀ ଶୁସାନ୍ତ ଦାସ, ଟମକା ଥାନା ଅଧିକାରୀ ରଞ୍ଜନ ମଲ୍ଲିକ, କଳିଙ୍ଗନଗର ଅଧିକାରୀ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା